ଆସନ୍ତା କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ: କେଜ୍ରିୱାଲ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଦଳମାନେ ନିଜର ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି । ସେପଟେ ଆମ ଆଦମି ପାର୍ଟି ପଞ୍ଜାବର ଲୋକମାନଙ୍କୁ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ପରାମଶଁ କରିବାକୁ କହିଥିଲେ । ଏବଂ ଏଥିପାଇଁ ଏକ ମୋବାଇଲ ନମ୍ବର ମଧ୍ୟ ଲଞ୍ଚ କରିଥିଲେ । ଏହା ମଧ୍ୟରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଆସନ୍ତାକାଲି ମଧ୍ୟାହ୍ନ ୧୨ ଟାରେ ଘୋଷଣା କରାଯିବ ବୋଲି କେଜ୍ରିୱାଲ ଏକ କାର୍ୟ୍ୟକ୍ରମ ଗଣମାଧ୍ୟମକୁ କହିଛନ୍ତି। ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପଞ୍ଜାବ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।

କିଛିଦିନ ପୂର୍ବରୁ ୨୦୨୨ ପଞ୍ଜାବ ବିଧାନସଭା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜଣେ ଶିଖ ପ୍ରାର୍ଥୀ ହେବେ ଏବଂ ସମଗ୍ର ପଞ୍ଜାବ ଏହି ପ୍ରାର୍ଥୀ ପାଇଁ ଗର୍ବ ଅନୁଭବ କରିବେ ବୋଲି କହିଥିଲେ । ଏହା ଛଡ଼ା ଦଳର ସାଂସଦ ଭଗବନ୍ତ ମାନଙ୍କର ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରାଯାଉ ବୋଲି ମଧ୍ୟ କେଜ୍ରିୱାଲ କହିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ଦାୟିତ୍ୱ ପଞ୍ଜାବବାସୀଙ୍କୁ କେଜ୍ରିୱାଲ ଦେଇଥିଲେ । ତେବେ ବର୍ତ୍ତମାନ ଦେଖିବାର ବିଷୟ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେଉଛି ?

Related Posts