ନୂଆଦିଲ୍ଲୀ: ମନିଲଣ୍ଡିଂ ମାମଲାରରେ ନ୍ୟାସନାଲ ହେରାଲ୍ଡ ଅଫିସରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେରାଲ୍ଡ ହାଉସ, ଦିଲ୍ଲୀ, କୋଲକାତା ସମେତ 12ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଇଡି । ରେଡ ସମୟରେ କେବଳ ସୁରକ୍ଷାକର୍ମୀଙ୍କ ବ୍ୟତୀୟ ଆଉ କେହି ଉପସ୍ଥିତ ନାହାନ୍ତି । ସମ୍ପୂକ୍ତ କମ୍ପାନୀର ଆକାଉଣ୍ଟ ଯାଞ୍ଚ କରୁଛି ଇଡି ।
ପ୍ରକାଶ ଥାଉ କି ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଥିଲା । ରାହୁଲଙ୍କୁ 5ଥର ଜେରା କରିଥିବାବେଳେ ସୋନିଆଙ୍କୁ 2 ଥର ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୋନିଆକୁ 100 ଓ ରାହୁଲଙ୍କୁ 150 ପ୍ରଶ୍ନ କରି ଜେରା କରିଥିଲା ଇଡି ।ଏହାର ବିରୋଧ କରି ଦେଶବ୍ୟାପୀ କଂଗ୍ରେସ ବିକ୍ଷୋକ୍ଷ ପ୍ରଦର୍ଶନ କରିଥିଲା । ଅନେକ କଂଗ୍ରେସ ନେତାଙ୍କୁ ପୋଲିସ ଉଠାଇନେଇଥିଲା । ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ବାରା ପ୍ରତିଷ୍ଠିତ ଖବରକାଗଜ ଚଳାଇଥିବା ୟଙ୍ଗ ଇଣ୍ଡିଆ ଆସୋସିଏଟେଡ ଜର୍ଣ୍ଣାଲରେ 800କୋଟି ଟଙ୍କା ହେରେଫେର ହୋଇଥିବା ପରେ ଇଡି ଏହି ଆକ୍ସନ ନେଇଛି ।
