ତାମିଲନାଡୁରେ ଚିହ୍ନଟ ହେଲା ନୂଆ କୋଭିଡ BA4 ସବ- ଭ୍ୟାରିଆଣ୍ଟ

ଚେନ୍ନାଇ: କୋଭିଡ ଭ୍ୟାରିଆଣ୍ଟ ‘ଓମିକ୍ରନ’ର ନୂଆ BA4 sub-variant ତାମିଲନାଡୁରେ ଚିହ୍ନଟ ହୋଇଛି । ଜଣେ 19 ବର୍ଷୀୟ ଯୁବତୀଙ୍କ ଦେହରେ ଏହି ସବ- ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ।

ରାଜ୍ୟର ନାଭାଲୁରରେ ଗୋଟିଏ ପରିବାର ଦୁଇ ସଦସ୍ୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେଥି ମଧ୍ୟରୁ ଜଣଙ୍କ ନମୁନାରେ ଏହି ନୂତନ ସବ-ଭ୍ୟାରିଆଣ୍ଟ ଚିହ୍ନଟ କରାଯାଇଥିବା ତାମିଲନାଡୁ ମନ୍ତ୍ରୀ ଏମ.ଏ ସୁବ୍ରମଣିୟନ୍ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ସୁବ୍ରମଣିୟନ୍‌ଙ୍କ ସୂଚନା ଅନୁସାରେ, ପରିବାର ଦୁଇ ସଦସ୍ୟ ସଂକ୍ରମଣ ହେବା ପରେ ଉଭୟଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ନୂଆ ପ୍ରଜାତିର ସବ-ଭ୍ୟାରିଆଣ୍ଟ (Omicron BA4)ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ଉଭୟଙ୍କୁ ସଙ୍ଗରୋଧରେ ରଖାଯାଇ ନିରୀକ୍ଷଣ କରାଯାଉଛି । ଉଭୟଙ୍କ ଠାରେ କୌଣସି ଜଟିଳତା ମଧ୍ୟ ପ୍ରକାଶ ପାଇନାହିଁ । ତେବେ ଉଭୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।ସେହିପରି ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଯେ ମହିଳା ଓ ତାଙ୍କ 19 ବର୍ଷୀୟା ଝିଅଙ୍କ ମଧ୍ୟରୁ ଯୁବତୀଙ୍କ ଠାରେ ନୂତନ ସବ-ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ସଂକ୍ରମିତ ଜଣଙ୍କ ପୂର୍ବରୁ ଦୁଇ ଥର କୋଭିଡ ଟିକା ମଧ୍ୟ ଗ୍ରହଣ କରିସାରିଛନ୍ତି । ତେବେ ତାଙ୍କ ଠାରେ ବର୍ତ୍ତମାନ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇନାହିଁ ।

Related Posts