ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଦଶମ ଓ ଦ୍ୱାଦଶ କ୍ଲାସ୍‌ ଖୋଲିଥିବା ବେଳେ ଏବେ ଖୋଲିବ ୯ମ ଶ୍ରେଣୀ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୬ ତାରିଖରୁ ୯ମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। କୋଭିଡ୍ କଟକଣା ମଧ୍ୟରେ ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପିତାମାତାଙ୍କ ପରାମର୍ଶରେ ଅନଲାଇନ୍ ମୋଡ୍ କିମ୍ବା ଅଫଲାଇନ୍ ମୋଡରେ କ୍ଲାସରେ ଯୋଗଦେବାକୁ ଅନୁମତି ଦିଆଯାଇଛି। ଅଫଲାଇନ୍ ମୋଡରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପସ୍ଥାନ ବାଧ୍ୟତାମୂଳକ ହେବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି । ୯ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଗଷ୍ଟ୧୬ରୁ ହଷ୍ଟେଲ ଖୋଲିବା ସହ ସରକାରଙ୍କ ପକ୍ଷରୁ ଜାରି ଏସଓପିକୁ କଡ଼ାକଡ଼ି ଭ‌ାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଜୁଲାଇ ୨୬ ତାରିଖଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ପିଲାମାନେ କୋଭିଡ୍‌ଲାଇନ୍‌ ଭିତରେ କ୍ଲାସ୍‌ କରୁଛନ୍ତି। ତେବେ ସ୍କୁଲ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିଛି। ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ।

ମହାମାରୀ କରୋନା ପାଇଁ ସମଗ୍ର ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଦୀର୍ଘ ଦେଢ଼ ବର୍ଷ ପରେ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲୁଛି।

Related Posts