ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛିି । ଯେଉଁ ଆକ୍ଟିଭିଟ ରହିଛି ତାକୁ ମାନିଲେ ଏହି ଟ୍ରେଣ୍ଡ ଜାରି ରହିବ । ବହୁତ ଅଳ୍ପ ଦିନ ଭିତରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିୟମ କହୁଛି ଭିଡ଼ କରିବା ନାହିଁ କି ଭିଡ଼ କୁ ଯିବା ନାହିଁ ।
ପାଣ୍ଡେମିକ ରୁଲ କହୁଛି ଧୀରେ ଧୀରେ କଟକଣା କୋହଳ ହେବା ଦରକାର । ପ୍ରଥମ ପର୍ୟ୍ୟାୟରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । ପରେ ପୁଣି ସ୍କୁଲ ପାଇଁ ସରକାର ନିଷ୍ପତି ନେବେ । ଆମକୁ ସତର୍କ ହେବାକୁ ପଡିବା ପଡିବ । ଯାହାଦ୍ୱାର କରୋନା ସଂକ୍ରମଣ କମିବ ।
