୯୮ ପ୍ରତିଶତ ନେଲେଣି ପ୍ରଥମ ଡୋଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଏହା ମଧ୍ୟରେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ଧାର୍ୟ୍ୟ କରିଥିଲେ। ଆଜି ସୁଦ୍ଧା ରାଜ୍ୟରେ ୧୮ବର୍ଷରୁ ଅଧିକ ୯୮ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ନେଇ ସାରିଲେଣି। ଏହାସହ ୭୫ ପ୍ରତିଶତ ଡବଲ୍ ଡୋଜ୍ ଟିକା ନେଇଛନ୍ତି। ଯେଉଁମାନେ ଟିକା ନେଇ ନାହାନ୍ତି, ସେମାନଙ୍କୁ ଟିକା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।

ରାଜ୍ୟରେ ୧୮ବର୍ଷରୁ ଅଧିକ ୩.୨୫ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ରାଜ୍ୟକୁ ଜଣାଇଥିଲେ। ବର୍ତମାନ ସୁଦ୍ଧା ରାଜ୍ୟରେ ୫କୋଟି ୭୦ଲକ୍ଷ ୯୮ହଜାର ୫୩୫ ଡୋଜ୍ ଟିକା ଦିଆଗଲାଣି। ଯାହାକି ଧାର୍ୟ୍ୟ ଜନସଂଖ୍ୟାର ୯୪ ପ୍ରତିଶତ। ମାତ୍ର ରାଜ୍ୟର ପ୍ରାୟ ୧୫ଲକ୍ଷ ଲୋକ ବିଭିନ୍ନ ରାଜ୍ୟକୁ ପଳାଇଥିବା ଜିଲ୍ଲାୱାରୀ ବିଭାଗକୁ ଆସିଥିବା ତାଲିକାରୁ ସ୍ପଷ୍ଟ ହୋଇଛି।

Related Posts