ଦେଶରେ ଦୋଳି ଖେଳୁଛି ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ 7 ହାଜର ତଳେ ରହୁଥିବା ବେଳେ ଆଜି ସଂକ୍ରମିତ ଙ୍କ ସଂଖ୍ୟା 8 ହଜାର ପାଖାପାଖି ରହିଛି । ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି(ମଙ୍ଗଳବାର) ଦୈନିକ ପଜିଟିଭ ମାମଲା ୭ ହଜାର ତଳେ ରହିଥିଲା । ହେଲେ ଆଜି ଏହା ୮ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7,554 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଦେଶରେ ଦିନକରେ 223 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 14,123 ଜଣ ସୁସ୍ଥ ହୋଇଛନ୍ତି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ଲକ୍ଷେ ତଳେ ରହିଛି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ 85,680ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଭାରତରେ ମୋଟ 42,3,38,673 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,14,246 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ 1,77,79,92,977 କୋଟି ଡୋଜ୍ ଟୀକାକରଣ କରାଯାଇଛି