
ଦେଶରେ ଏବେ ଖସୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ବଢୁଥିବା ସଂକ୍ରମଣ ହାର ଏବେ ତଳମୁହାଁ ହୋଇଛି | ଆଜି ୧୫ ହଜାର ତଳେ ରହିଛି ଦୈନିକ ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 14,148 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କ୍ରମଶଃ ହ୍ରାସ ପାଇବା ସହ ମୃତ୍ୟୁସଂଖ୍ୟା ମଧ୍ୟ ଏବେ କମିବାରେ ଲାଗିଛି । ଦେଶରେ ଦିନକରେ 302 ସଂକ୍ରମିତ ପ୍ରାଣ ହରାଇଥିବାବେଳେ 30,009 ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 1,48,359ଟି ସକ୍ରିୟ ମାମଲା ରହିଛି । ପଜିଟିଭ ହାର ଏବେ 1.22% କୁ ହ୍ରାସ ପାଇଛି । ଏଯାବତ୍ ଭାରତରେ ମୋଟ 4,22,19,896 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 176.52 କୋଟି ଡୋଜ୍ ଟୀକାକରଣ କରାଯାଇଛି |
ଅନ୍ୟପଟେ ରାଜ୍ୟରୁ ଆଜି ୩୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩,୯୭୮ରେ ପହଞ୍ଚିଛି |
ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୯ କିଶୋର କିଶୋରୀ ରହିଥିବା ବେଳେ ୧୯୯ କ୍ବାରେଣ୍ଟାଇନ ସେଣ୍ଟର ଓ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।