ଭୁବନେଶ୍ୱର,୨୨/୮(ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଗୃହରେ ବିରୋଧୀ ଦଳ ବିଜେଡିର ହଟ୍ଟଗୋଳ। ପ୍ରଶ୍ନକାଳ ଆରମ୍ଭରୁ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି। ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିବା ବେଳେ ବିଜେଡି ବିଧାୟକମାନେ ନାରାବାଜି କରିଥିଲେ।
ଅନ୍ୟପଟେ ଇଡ଼ି ପ୍ରସଙ୍ଗରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ। ଗୃହର ମଧ୍ୟ ଭାଗକୁ ଆସିବ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅଚଳ ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।