‘ୟୁପିର ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଦେଶ ତଥା ବିଶ୍ୱ ପାଇଁ ଏକ ଉଦାହରଣ’: ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୟୁପିର ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଦେଶ ତଥା ବିଶ୍ୱ ପାଇଁ ଏକ ଉଦାହରଣ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପୋଲିସ ଆଧୁନିକୀକରଣ ଯୋଜନା ଅନ୍ତର୍ଗତ ୫୬ଟି ଜିଲ୍ଲା ପାଇଁ ଆଧୁନିକ ଜେଲ୍ ଭ୍ୟାନ୍ ଲଞ୍ଚ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପୂର୍ବ ସରକାର ସମୟରେ ଅପରାଧୀମାନେ ଖସି ପଳାଉଥିଲେ, କିନ୍ତୁ ଏବେ ଅନେକ ପରିବର୍ତ୍ତନ ଆସିଛି । ସେ କହିଛନ୍ତି ବହୁ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ପ୍ରାୟତଃ ଉତ୍ତମ ଆଇନ ଶୃଙ୍ଖଳା ଉପରେ ଆଲୋଚନା କରାଯାଇଥାଏ । ଯେଉଁଠାରେ ଦଙ୍ଗା, ଅରାଜକତା ଏବଂ ରାହାଜାନୀ ୨୦୧୭ ପୂର୍ବରୁ ଶୀର୍ଷରେ ଥିଲା । ନୂତନ ଜେଲ୍ ଭ୍ୟାନ୍ ସମ୍ପର୍କରେ ସେ କହିଛନ୍ତି ଯେ, ଦେଶର ବୃହତ୍ତମ ରାଜ୍ୟ ହିସାବରେ ଉନ୍ନତ ଆଇନ ଶୃଙ୍ଖଳା ପାଇଁ ପୋଲିସ ଫୋର୍ସକୁ ଆଧୁନିକୀକରଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । କଏଦୀମାନଙ୍କୁ ଜେଲରୁ କୋର୍ଟକୁ ଏବଂ କୋର୍ଟରୁ ଜେଲକୁ ପରିବହନ କରୁଥିବାବେଳେ ପୋଲିସ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଭ୍ୟାନଗୁଡ଼ିକ ନୂତନ ଟେକ୍ନୋଲୋଜି ସହିତ ସୁସଜ୍ଜିତ ହୋଇଛି । ସେ ଆହୁରି କହିଛନ୍ତି ପୂର୍ବରୁ କଏଦୀମାନଙ୍କୁ ପୁରୁଣା ଗାଡିରେ ଜେଲକୁ ନିଆଯାଇଥିଲା, ଯେଉଁଥିରେ ଅନେକ ଵୈଷୟିକ ତ୍ରୁଟି ରହିଥିଲା ​​। ଏହି କାରଣରୁ, କଏଦୀମାନେ ଖସି ପଲେଇ ଯିବା ପାଇଁ ସମର୍ଥ ହେଉଥିଲ, କିନ୍ତୁ ବର୍ତ୍ତମାନ ଏହା ଘଟିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୋଲିସ ନିଯୁକ୍ତି କିମ୍ବା ସେମାନଙ୍କୁ ବୃତ୍ତିଗତ ଭାବେ ଦକ୍ଷ କରିବା ପାଇଁ ପ୍ରଶିକ୍ଷଣର ସ୍ୱଚ୍ଛ ପ୍ରକ୍ରିୟା ହେଉ, ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି । ଏହା ସହିତ ସେ ପୋଲିସର ଆଧୁନିକୀକରଣ ପାଇଁ କରାଯାଇଥିବା କାର୍ଯ୍ୟର ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି। ରାଜ୍ୟ ପୋଲିସର ଆଧୁନିକୀକରଣ ପାଇଁ ୬ ହଜାର କୋଟିର ବଜେଟ୍ ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି । ତିନି ହଜାର କୋଟି ଆଧୁନିକ ଟେକ୍ନୋଲୋଜି ସହିତ ଡାଏଲ୍ -୧୨୨ ପାଇଁ ବ୍ୟବହାର କରାଯାଇଛି । ସାରା ରାଜ୍ୟରେ ୧୮ ଟି ସାଇବର ପୋଲିସ ଷ୍ଟେସନ ପ୍ରତିଷ୍ଠା କରାଯାଇଛି । ମହିଳାଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି । ୭୯ ମହିଳା ପୋଲିସ୍ ପୋଷ୍ଟ ଏବଂ କାଉନସେଲିଂ ସେଣ୍ଟରକୁ ପୋଲିସ୍ ଷ୍ଟେସନ୍ ମାନ୍ୟତା ଦିଆଯାଇଛି।

Related Posts