
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଦ ନମିଳିବାରୁ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ରୋଗୀ । ରାଉରକେଲା ଆରଜିଏଚରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ରୋଗୀ । ଆତ୍ମହତ୍ୟା କରିଥିବା ରୋଗୀଙ୍କ ନାଁ ହେଉଛି ସହର ଝରା । ଖବର ଅନୁଯାୟୀ, ଗୋଡ଼ ଭଙ୍ଗା ଚିକିତ୍ସା ପାଇଁ ଗତ ବୁଧବାର ଦିନ ସହର ଝରା ଆରଜିଏଚରେ ଭର୍ତ୍ତି ହୋଇଥିଲେ।
ଏବେ ତାଙ୍କୁ ମଦ ନମିଳିବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାମୁଛା ଲଗାଇ ବେକରେ ଆତ୍ମହତ୍ୟା କରିଛନ୍ତି ରୋଗୀ । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।