ଦଣ୍ଡ ପ୍ରକ୍ରିୟା ଚିହ୍ନଟ ବିଧେୟକକୁ ମିଳିଲା ମଞ୍ଜୁରୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦଣ୍ଡ ପ୍ରକ୍ରିୟା ଚିହ୍ନଟ ବିଧେୟକକୁ ମିଳିଲା ମଞ୍ଜୁରୀ । ଏଥିରେ କୌଣସି ଅପରାଧିକ ମାମଲାରେ ଗିରଫ ବ୍ୟକ୍ତି ଏବଂ ଦୋଷୀଙ୍କ ଅପରାଧ ରେକର୍ଡ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗକୁ ଅନୁମତି ଦେବାର ପ୍ରାବଧାନ ରହିଛି। ଯାହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର ପ୍ରଦାନ କରିଛନ୍ତି।

ଏହି ଆଇନ ୧୯୨୦ର କଏଦୀଙ୍କ ଚିହ୍ନଟ ସମ୍ବନ୍ଧିତ ଆଇନ ସ୍ଥାନରେ ଅଣାଯାଇଛି। ଲୋକସଭାରେ ଏହି ବିଧେୟକ ଏପ୍ରିଲ ୪ ଏବଂ ରାଜ୍ୟସଭାରେ ଏପ୍ରିଲ ୬ରେ ଗୃହୀତ ହୋଇଥିଲା। ସରକାରଙ୍କ ଅଧିସୂଚନା ଅନୁଯାୟୀ, ସଂସଦର ନିମ୍ନଲିଖିତ ଆଇନକୁ ୨୦୨୨ ଏପ୍ରିଲ ୧୮ରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା। ଏବେ ଏହାକୁ ସାର୍ବଜନୀନ ଭାବେ ପ୍ରକାଶ ଯାଇଛି। ଏହି ଦଣ୍ଡ ପ୍ରକ୍ରିୟା ଅଧିନିୟମ ୨୦୨୨ ସଂଖ୍ୟା ୧୧। ଏହି ଆଇନରେ ପୋଲିସକୁ ଦୋଷୀ ବ୍ୟକ୍ତି ଏବଂ ଅପରାଧିକ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଶରୀରର ଏବଂ ଜୈବିକ ନମୂନା ସଂଗ୍ରହ ପାଇଁ ଆଇନତଃ ଅନୁମତି ପ୍ରଦାନ କରାଯାଇଛି। ଏଥିସହ ମାଜିଷ୍ଟ୍ରେଟଙ୍କୁ କୌଣସି ଅପରାଧର ତଦନ୍ତରେ ସାହାଯ୍ୟ ପାଇଁ କୌଣସି ବ୍ୟକ୍ତିଙ୍କ ଫଟୋ ନେବା ଏବଂ ମାପ ନେବାର ଆଦେଶକୁ ଆହୁରି ସଶକ୍ତ କରାଯାଇଛି। ଅଭିଯୁକ୍ତ ନିର୍ଦ୍ଦୋଷରେ ମୁକ୍ତ ହେବା ସ୍ଥିତିରେ ସମସ୍ତ ସାମଗ୍ରୀ ଏବଂ ନମୂନାକୁ ନଷ୍ଟ କରାଯିବ।

ରାଜ୍ୟସଭାରେ ବିଧେୟକ ଉପରେ ଆଲୋଚନାର ଜବାବ ଦେଇ ଗୃହ ମନ୍ତ୍ରୀ ଅମିତ୍ ଶାହ କହିଥିଲେ, ରାଜନୈତିକ ମାମଲାରେ ହେପାଜତରେ ନିଆଯାଉଥିବା ଲୋକଙ୍କ ବାୟୋମେଟ୍ରିକ ଡାଟା ନିଆଯିବ ନାହିଁ। ବ୍ରେନ ମ୍ୟାପିଂ ଏବଂ ପଲିଗ୍ରାଫି ଟେଷ୍ଟକୁ ପ୍ରସ୍ତାବିତ ଆଇନର ପରିଧିରେ ରଖାଯିବ ନାହିଁ ।

Related Posts