କରୋନା ପାଇଁ ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ପାଇଁ ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ରାଜ୍ୟରେ ଆସନ୍ତା ମେ ୫ ତାରିଖଠାରୁ ଲକ୍‌ ଡାଉନ୍ କାରଣରୁ ସ୍ଥଗିତ ରଖିଲେ ଭାରତୀୟ ନିର୍ବାଚନ କମିଶନ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। କେବଳ ପିପିଲି ନୁହେଁ, ପଶ୍ଚିମବଙ୍ଗର ଦୁଇ ବିଧାନସଭା ଉପ ନିର୍ବାଚନକୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ।

ଆସନ୍ତା ମେ ୧୬ ତାରିଖରେ ପିପିଲି ଉପନିର୍ବାଚନ ହେବାର ଥିଲା। ଏଠାରେ ସୂଚନାଯୋଗ୍ୟ ଯେ , ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପ୍ରଥମେ ଏପ୍ରିଲ ୧୭ ରେ ଭୋଟଗ୍ରହଣ କରାଯିବାର ଥିଲା। କିନ୍ତୁ ଭୋଟ୍ ଗ୍ରହଣର ଦୁଇ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଦେହାନ୍ତ କାରଣରୁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

Related Posts