ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଲଞ୍ଚରେ ସ୍ୱାଭିମାନ ଅଞ୍ଚଳକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆସନ୍ତା କାଲି ପଞ୍ଚମ ପର୍ଯ୍ୟାୟ ମତଦାନ । ଏନେଇ ଭୋଟରଙ୍କ ଠାରୁ ପୋଲିଂ ଅଫିସରମାନେ ବେଶ ଚଳଚଞ୍ଚ ଳ ହୋଇଉଠିଛନ୍ତି । ଭୋଟର ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚିନ୍ତା କରୁଥିବାବେଳେ ପୋଲିଂ ଅଫିସରମାନେ ବୁଥକୁ ପହଞ୍ଚି ଶୁରୁଖୁରୁ ଭାବରେ ମତଦାନ ପ୍ରକି୍ରିୟା କିପରି ଶେଷ ହେବ, ତାହା ଚିନ୍ତା କରୁଛନ୍ତି । ଏହା ମଧ୍ୟରେ ମାଲକାନଗିରି ଜିଲା ଚିତ୍ରାକୋଣ୍ଡା ବ୍ଲକରେ ଆସନ୍ତା କାଲି ହେବ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଚିତ୍ରକୋଣ୍ଡା ବ୍ଲକର ୧୮ ଟି ପଞ୍ଚାୟତର ୨୨୨ଟି ୱାର୍ଡର ୨୩୩ଟି ବୁଥରେ ୪୧୭୮୨ ଜଣ ଭୋଟର କରିବେ ମତଦାନ ।

ଏଥିପାଇଁ ଆଜି ଠାରୁ କଡ଼ା ସୁରକ୍ଷା ଭିତରେ ଚିତ୍ରକୋଣ୍ଡା ଡାଏଡ କଣ୍ଟ୍ରୋଲ ରୁମ ଠାରୁ ଜିଲ୍ଲା ଅଧିକାରୀ ମାଲକାନଗିରି ପଡି ଡିଆରଡିଓ ବାଳମୁକୁନ୍ଦ ଭୂୟାଁ ଏବଂ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ଚିତ୍ରକୋଣ୍ଡା ବିଡିଓ ରାହୁଲ ମଣ୍ଡଳ ଓ ଚିତ୍ରକୋଲଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ଉପସ୍ଥିତିରେ ପୋଲିଂ ପାର୍ଟି ପୋଲିଂ ବକ୍ସ ଧରି ବାହାରି ନିଜ ନିଜ ବୁଥକୁ ସକାଳ ୯ଟାରୁ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟଠାରୁ ବାଲିମେଳା ଜଳଭଣ୍ଡାର ମଧ୍ୟରେ ଲଞ୍ଚ ଯୋଗେ ଯନ୍ତୀ ଓ ଅଣ୍ଡିରାପାଲି ପଞ୍ଚାୟତ ସହ ୩୮ଟି ଅତିସମ୍ବେଦନଶୀଳ ଦୁର୍ଗମ ଅଞ୍ଚଳକୁ ଯାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଚିତ୍ରକୋଣ୍ଡା ଦୁଇଟି ଜୋନର ୭ଟି ଜିଲ୍ଲା ପରିଷଦ, ୬୨ ଜଣ ସରପଞ୍ଚ, ୪୫ ଜଣ ସମିତିସଭ୍ୟ ଓ ୨୨୫ ଜଣ ୱାର୍ଡମେମ୍ବର ପ୍ରାର୍ଥୀଙ୍କର ଏମିତି ମୋଟ ୩୩୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିଦ୍ଧାରଣ ହେବାକୁ ଯାଉଛି ।

Related Posts