ଭୋଟରଙ୍କୁ ବନ୍ଧୁକ ଦେଖାଇ ବିଜେଡି ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଚାର ମଧ୍ୟ ଜୋରଦାର ଚାଲିଛି । ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ୨୯ ନମ୍ବର ଜୋନ ତେଣ୍ଡେରା ପଞ୍ଚାୟତ ଭଣ୍ଡାରୀ ବିଲା ଓ ଖିଲାରୀ ପାଟ ଗାଁରେ ବଡ଼ବିଲରୁ ଆସିଥିବା କେତେକ ଗୁଣ୍ଡା ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁ ଥିବାର କଥା ସାମ୍ନାକୁ ଆସିଛି । ଏହି ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସେପଟେ ଗାଁ ଲୋକେ ଟଙ୍କା ବାଣ୍ଟୁଥିବା ଲୋକଙ୍କୁ ଧରି ପୁଲିସ ଜିମା ଦେବା ପରେ ପୁଲିସ କୁଆଡ଼େ ଗୁଣ୍ଡାମାନଙ୍କୁ ଗିରଫ କରିବା ପରିବର୍ତ୍ତେ ଖସାଇ ଦେଇଥିବା ଜିଲ୍ଲା ବିଜେପି ସଭାପତି ତଥା ୨୯ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେପି ପ୍ରାର୍ଥୀ ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି । ଏହା ସହ ବିଜେଡି ଗଣତନ୍ତ୍ରର ହତ୍ୟା କରିଛି । ଏହାର ଉଚିତ ଜବାବ ଭୋଟର ଦେବେ ବୋଲି ଅଂଶୁମାନ କହିଛନ୍ତି । ଅନ୍ୟପଟେ ଏନେଇ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କୁ ପଚାରିବାରୁ ଏସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର କିଛି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts