କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ଦିନର ଜିଲ୍ଲାପରିଷଦ ନିର୍ବାଚନ ଫଳାଫଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିିୟ ଚାଲିଛି । ଏହା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ଦିନର ଜିଲ୍ଲାପରିଷଦ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ତେବେ ବାଲିଗୁଡ଼ା ଜୋନରେ ୧୬ରେ ବିଜେଡି ୪୫୬୩ଟି ଭୋଟରେ ଜିତିଛି । ଯେଉଁଠି ବିପେି ୨୦୨୭ଟି ଭୋଟ ପାଇଥିବାବେଳେ କଂଗ୍ରେସ ୩୫୯୫ଟି ଭୋଟ ପାଇଛି । ସେହିପରି ଫିରିଙ୍ଗିଆ ଜୋନ ୧୩ରେ ୧୪୪୭୫ଟି ଭୋଟରେ ବିଜେଡି ଜିତିଛି । ଯେଉଁଠି ବିଜେପି ୫୭୧୦ଟି ଭୋଟ ପାଇଥିବାବେଳେ କଂଗ୍ରେସ ୩୨୩୫ଟି ଭୋଟ ପାଇଛି । କିନ୍ତୁ ଦାରିଙ୍ଗବାଡ଼ି ଜୋନ ୧୧ରେ ୧୩୦୩୩ ଟି ଭୋଟ ପାଇ କଂଗ୍ରେସ ଜିତିଛି ।

ଯେଉଁଠି ବିଜେଡି ୧୨୧୧୮ଟି ଭୋଟ ପାଇଥିବାବେଳେ ବିଜେପି ୨୦୫୦ଟି ଭୋଟ ପାଇଛି । ରାଇକିଆ ଜୋନରେ ରାଇକିଆ ଜୋନ ୧୮ ରେ ବିଜେଡି ୫୮୬୦ ଟି ଭୋଟ ପାଇ ଜିତିଥିବାବେଳେ ବିଜେପି ୪୮୯୬ ଟି ଓ କଂଗ୍ରେସ ୨୮୨୫ ଟି ଭୋଟ ପାଇଛି । ସେହିପରି ଟିକାବାଲି ଜୋନ ନଂ ୮ ରେ ବିଜେଡି ୫୧୨୫ ଟି ପାଇ ଜିତିଥିବାବେଳେ ବିଜେପି୨୯୨୯ ଟି ଓ କଂଗ୍ରେସ ୨୫୯୩ ଟି ଭୋଟ ପାଇଛନ୍ତି । ଖଜୁରୀପଡ଼ା ଜୋନ ୪ ରେ ବିଜେପି ୬୪୭୨ଟି ଭୋଟ ପାଇ ଜିତିଥିବାବେଳେ ବିଜେଡି ୪୨୬୦ ଟି ଭୋଟ ଓ କଂଗ୍ରେସ ୧୪୧୬ ଟି ଭୋଟ ପାଇଛି ।

Related Posts