ନୂଆ ସଂସଦ ଭବନରେ ରାଜଦଣ୍ଡ ସେଙ୍ଗୋଲ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ): ନୂଆ ସଂସଦ ଭବନରେ ସ୍ଥାପିତ ହେଲା ଐତିହ୍ୟ ସେଙ୍ଗୋଲ। ନୂଆ ଲୋକସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଏହାକୁ ସ୍ଥାପିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସ୍ଥାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଉଦଘାଟନ ପାଇଁ ପୂଜାରେ ବସିଥିଲେ।ତାମିଲନାଡ଼ୁରୁ ଆସିଥିବା ସାଧୁ ସନ୍ଥମାନଙ୍କ ମନ୍ତ୍ର ଉପଚାର ସହ ପ୍ରାୟ ୧ ଘଣ୍ଟା ଧରି ପୂଜାବିଧି ଚାଲିଥିଲା। ପୂଜା ପରେ ଅଧିନମ ମଠର ପୂଜାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ସମର୍ପି ଥିଲେ। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ଦଣ୍ଡବତ କରିବା ପରେ ସଂସଦ ଭବନ ଭିତରକୁ ପ୍ରବେଶ କରି ଏହାକୁ ଯଥା ସ୍ଥାନରେ ସ୍ଥାପନ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ସାଧୁ ସନ୍ଥମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ।

Related Posts