ଜରିମାନା ଭରିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ: ଦେବେ ୫୦ପାଉଣ୍ଡ

ଲଣ୍ଡନ: ନିୟମ ସମସ୍ତଙ୍କ ପାଇଁ ସମାନ | ସେ ରାଜା ହେଉ ଅବା ସେବକ | ତେବେ ବ୍ରିଟେନ୍ ରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ | ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଲକ୍‌ଡାଉନ୍ ସମୟରେ ଏକ ବେଆଇନ ପାର୍ଟିରେ ଯୋଗ ଦେବା ନେଇ ତାଙ୍କୁ ଭାରି ରକମ ଦେବାକୁ ପଡିବ | ଏଥିପାଇଁ ସେ କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ଜୋରିମାନା ଦେବାକୁ ପଡିବ | ସେପଟେ ଏହି ଘଟଣାକୁ ନେଇ ନିଜ ସଫେଇ ରେ ଜନସନ୍ କହିଛନ୍ତି ଯେ, ସେ ଜାଣିଶୁଣି ନିୟମ ଭାଙ୍ଗି ନାହାନ୍ତି ଏବଂ ସଂସଦକୁ ବିଭ୍ରାନ୍ତ କରିନାହାନ୍ତି ।

ପ୍ରଧାନମନ୍ତ୍ରୀ ନିମ୍ନ ଗୃହ ‘ହାଉସ୍ ଅଫ୍ କମନ୍ସ’ରେ ସାଂସଦମାନଙ୍କୁ କହିଥିଲେ ଯେ, ଜନ୍ମଦିନରେ କେକ୍ କାଟିବା ସହ ଲୋକ ଏକତ୍ରିତ ହେବା କୌଣସି ପାର୍ଟି ଥିଲା ବୋଲି ମୋତେ ଲାଗିଲା ନାହିଁ । ବିରୋଧୀ ଲେବର ପାର୍ଟି ନେତା କିର ଷ୍ଟାର୍ମର ଜନସନଙ୍କ ଏହି କ୍ଷମା ପ୍ରାର୍ଥନାକୁ ଅଧା ମନରେ ମଗାଯାଇଥିବା କ୍ଷମା ବୋଲି କହିଛନ୍ତି । ସେ ଏହାକୁ ମଜାକ ବୋଲି କହି କହିଛନ୍ତି ଯେ, ଜନସନ୍ ଜାଣିଛନ୍ତି ଯେ ସେ ଜଣେ ଧୋକ୍କାବାଜ ଏବଂ ବଦଳାଇ ପାରିବେନାହିଁ ।

କନଜରଭେଟିଭ୍ ପାର୍ଟିର କିଛି ସାଂସଦ ଖୋଲାଖୋଲି ଭାବେ ଜନସନ୍‌ଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ନେଇ ଆଲୋଚନା କରୁଥିଲେ । କିନ୍ତୁ ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୋଗୁଁ ଜନସାଧାରଣ ଏବଂ ରାଜନୈତିକ ଦୃଷ୍ଟି ଆକର୍ଷଣରୁ ଜନସନ୍ ତାଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବରୁ ରକ୍ଷା ପାଇଯାଇଛନ୍ତି । ଜନସନ୍ ଗୁରୁବାର ଦିନ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।

ଜୁନ୍ ୨୦୨୦ରେ ଯେତେବେଳେ କରୋନା ଯୋଗୁଁ ସମଗ୍ର ବ୍ରିଟେନ୍‌ରେ ଲକ୍‌ଡାଉନ୍ ହୋଇଥିଲା ସେତେବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟ୍ ରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏହାପରେ ତାଙ୍କୁ ସମାଲୋଚନା କରାଯାଇଥିଲା । ​​ଇସ୍ତଫା ଦେବାକୁ ମଧ୍ୟ ତାଙ୍କ ଉପରେ ଚାପ ପଡିଥିଲା । ତେବେ ପାର୍ଟିରେ ଯୋଗ ଦେବା ଯୋଗୁଁ ଜନସନଙ୍କ ଉପରେ ୫୦ ପାଉଣ୍ଡ ଜରିମାନା ମଧ୍ୟ ଲଗାଯାଇଛି । ଯାହାକୁ ସେ ଭରଣ କରିବେ |

Related Posts