ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ସେପଟେ ବଜେଟ ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀ ଏକ ପ୍ରେସମିଟ କରିଥିଲେ । ତେବେ ମେ ଟିକସ ବୃଦ୍ଧି କରିନାହୁଁ। ଅତିରିକ୍ତ ଟ୍ୟାକ୍ସ ଦ୍ୱାରା ଗୋଟିଏ ପଇସା ରୋଜଗାର କରିବାକୁ ଚେଷ୍ଟା କରିନାହାଁନ୍ତି । ଗତଥର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା ଯେ ନିଅଣ୍ଟ ଯେତେ ହେଲେ ବି ମହାମାରୀରେ ଜନସାଧାରଣଙ୍କ ଉପରେ ଟିକସ ବୋଝ ରଖନ୍ତୁ ନାହିଁ। ଏଥର ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିଲା ।
ପ୍ରତ୍ୟେକ କାରବାରରେ ୧ ପ୍ରତିଶତ ଟିଡିଏସି ଆଦାୟ କରି ଆମେ କ୍ରିପ୍ଟୋ ମୁଦ୍ରାର ପ୍ରତ୍ୟେକ କାରବାର ଉପରେ ନଜର ରଖିଛୁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେପଟେ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ବଜେଟ୍ ଲୋକଙ୍କ ପାଇଁ ନୂଆ ଆଶା ଏବଂ ସୁଯୋଗ ଆଣିଛି। ଏହା ଅର୍ଥନୀତିକୁ ମଜବୁତ କରିବ । ଏହା ‘ଅଧିକ ଭିତ୍ତିଭୂମି, ଅଧିକ ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ଚାକିରି’ ରେ ପରିପୂର୍ଣ୍ଣ । ଏଥିରେ ସବୁଜ ଚାକିରି ପାଇଁ ଏକ ନୂତନ ବ୍ୟବସ୍ଥା ମଧ୍ୟ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।