ସୋନିଆ ଗାନ୍ଧିଙ୍କ ଆରୋଗ୍ୟ କାମନା କରି ଟ୍ୱିଟ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆରୋଗ୍ୟ କାମନା କରି ଟ୍ୱିଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସୋନିଆ ଗାନ୍ଧିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଆଇସୋଲେସନରେ ଅଛନ୍ତି। ସୋନିଆଙ୍କ ଦେହରେ ମଧ୍ୟମ ଧରଣର ଜ୍ୱର ଓ ଅନ୍ୟାନ୍ୟ କରୋନା ଲକ୍ଷଣ ଗତକାଲି ସନ୍ଧ୍ୟାରେ ଚିହ୍ନଟ ହୋଇଥିଲା। ଏହାପରେ ତାଙ୍କର ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ୟ୍ୟେୱାଲା ସୂଚନା ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ସୋନିଆ ଗାନ୍ଧି ଶୀଘ୍ର କରୋନାରୁ ସୁସ୍ଥ ହୋଇ ଯାଆନ୍ତୁ ବୋଲି କାମନା କରିଛନ୍ତି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଗତକାଲି ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ଇଡି ନୋଟିସ କରିଥିଲା।

କେନ୍ଦ୍ର ସରକାର ଗାନ୍ଧି ପରିବାରକୁ ଟାର୍ଗେଟ କରିବା ପାଇଁ ଇଡିକୁ ବ୍ୟବହାର କରିଥିବା କଂଗ୍ରେସ ଅଭିଯୋଗ କରି ଆସୁଛି। ଏସବୁ ଭିତରେ ହିଁ ସୋନିଆଙ୍କ ପାଇଁ ମୋଦି ଟ୍ୱିଟ କରିଛନ୍ତି। ଜୁନ୍‌ ୮ ତାରିଖରେ ଇଡି ମନି ଲଣ୍ଡରିଂ ମାମଲାରେ ସୋନିଆଙ୍କୁ ପଚରାଉଚରା କରିବା ପାଇଁ ଡାକିଛି। ସୋନିଆ ମଧ୍ୟ ୮ ତାରିଖରେ ଜେରାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କଂଗ୍ରେସ କହିଛି। ଏହା ଏକ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୋଟିସ ହୋଇଥିଲେ ମଧ୍ୟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଇଡିରେ ହାଜର ହେବେ ବୋଲି କଂଗ୍ରେସ କହିଛି। ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ୮ ତାରିଖ ସୁଦ୍ଧା ସୁସ୍ଥ ହୋଇଯିବେ ଓ ଏହାପରେ ଇଡିରେ ହାଜର ହେବେ ବୋଲି ସୂର୍ୟ୍ୟେୱାଲା ଆଶା କରିଛନ୍ତି।

Related Posts