ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଥମ ‘ଲତା ଦିନାନାଥ ମଙ୍ଗେସ୍କର’ ପୁରସ୍କାରରେ ସମ୍ବର୍ଦ୍ଧିତ ହେବେ ପ୍ରାଧାମନ୍ତ୍ରୀ । ର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ସ୍ୱର୍ଗୀୟ ଲତା ମଙ୍ଗେସ୍କରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ଲତା ଦିନାନାଥ ମଙ୍ଗେସ୍କର ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାର ପ୍ରତିବର୍ଷ ଏପ୍ରିଲ ୨୪ ତାରିଖ ଦିନ ମାଷ୍ଟର ଦିନାନାଥ ମଙ୍ଗେସ୍କରଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ପ୍ରଦାନ କରାଯିବ। ପୁରସ୍କାର ନିମନ୍ତେ ଏପରି ବ୍ୟକ୍ତିତ୍ୱଙ୍କୁ ଚୟନ କରାଯିବ ଯିଏ ଦେଶ ଓ ସମାଜର ନିଶ୍ୱାର୍ଥ ସେବା ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିବେ।

ଚଳିତବର୍ଷ ଏହି ପୁରସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନୀତ କରାଯିବ। ମଙ୍ଗେସ୍କର ପରିବାର ଓ ମାଷ୍ଟର ଦିନାନାଥ ମଙ୍ଗେସ୍କର ସ୍ମୃତି ସଂସ୍ଥାନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଜାରି ଏକ ବୟାନରେ ଚଳିତ ବର୍ଷରୁ ହିଁ ସ୍ମୃତି ସମ୍ମାନ ପ୍ରଦାନ କରିଯିବ ବୋଲି କୁହାଯାଇଛି। ସେପଟେ ଚଳିତବର୍ଷ ଫେବୃଆରୀ ମାସରେ ଶ୍ୱର କୋକିଳା ଲତା ମଙ୍ଗେସ୍କରଙ୍କ ମଲ୍ଟିପଲ ଅର୍ଗାନ ଫେଲ୍ୟୋର ଯୋଗୁ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ଲତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।