ରାମ ନବମୀରେ ପଥର ଫିଙ୍ଗିବା କୌଣସି ସଂଯୋଗ ନୁହଁ ବରଂ ଏହା ହେଉଛି ପ୍ରୟୋଗ: ଗିରିରାଜ ସିଂହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାମ ନବମୀ ଅବସରରେ ଦେଶର ଅନେକ ରାଜ୍ୟରେ ପଥର ଫିଙ୍ଗିବା, ଅଗ୍ନିକାଣ୍ଡ ଏବଂ ହିଂସା ଘଟଣା ଦେଖିବାକୁ ମିଳିଥିଲା। ଦିଲ୍ଲୀ, ମଧ୍ୟପ୍ରଦେଶ, ଗୁଜୁରାଟ, ପଶ୍ଚିମବଙ୍ଗ, ଗୋଆ, ମହାରାଷ୍ଟ୍ର, ଝାଡଖଣ୍ଡ, ବିହାର, କର୍ଣ୍ଣାଟକ ଏବଂ ଛତିଶଗଡର ବିଚ୍ଛିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬ ଜଣ ଆହତ ହୋଇଥିବା କୁହାଯାଉଛି। ସେପଟେ ମଧ୍ୟପ୍ରଦେଶର ଖାର୍ଗୋନରେ ହୋଇଥିବା ହିଂସାକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାମ ନବମୀ ଉପରେ ବାରମ୍ବାର ପଥର ଫିଙ୍ଗିବା ଘଟଣା କିମ୍ବା କୌଣସି ସଂଯୋଗ ନୁହେଁ ବରଂ ପ୍ରୟୋଗ ।

ସେ କହିଛନ୍ତି ମୁଁ ବାରମ୍ବାର କହୁଛି ଯେ ମୁସଲମାନମାନଙ୍କର ସଂଖ୍ୟା ବୃଦ୍ଧି ଦେଶ ପାଇଁ ବିପଦ ନୁହେଁ, କିନ୍ତୁ ମୌଳିକବାଦୀ ଚିନ୍ତାଧାରା ଦେଶ ପାଇଁ ବିପଦ ବୋଲି କହିଛନ୍ତି । ସେପଟେ ରାମ ନବମୀ କାର୍ୟ୍ୟକ୍ରମ ସମୟରେ ହିଂସା ହେତୁ ଝାଡ଼ଖଣ୍ଡ ଲୋହରଡାଗା ଏବଂ ଗୁଜୁରାଟର ଆନନ୍ଦରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ମଧ୍ୟପ୍ରଦେଶର ଖାର୍ଗୋନରେ ପଥର ଫିଙ୍ଗିବା ଏବଂ ଅଗ୍ନିକାଣ୍ଡ ପରେ କର୍ଫ୍ୟୁ ଲାଗୁ କରିବାକୁ ପଡ଼ିଥିଲା । ଏବଂ ପୋଲିସ ସେଠାରେ ୮୦ ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା। ବିଭିନ୍ନ ରାଜ୍ୟର ଅଧିକାରୀମାନେ କହିଛନ୍ତି ଯେ ହିଂସା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।

Related Posts