ଅକ୍ଟୋବର ୧ରୁ ଦେଶରେ ଆରମ୍ଭ ହେବ ୫ଜି ସେବା, ଇଣ୍ଡିଆ ମୋବାଇଲ କଂଗ୍ରେସରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅକ୍ଟୋବର ୧ତାରିଖରୁ ଦେଶରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ପହିଲାରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାର ଉଦଘାଟନ କରିବେ । ଏଥିସହିତ ୫ଜି ସେବାକୁ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଗ୍ରାହକଙ୍କ ଅପେକ୍ଷାର ଅନ୍ତ ଘଟିବ ।ସରକାରଙ୍କ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ ପକ୍ଷରୁ ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଭାରତର ଡିଜିଟାଲ ପରିବର୍ତ୍ତନ ଏବଂ ଯୋଗାଯୋଗକୁ ଶୀର୍ଷକୁ ନେଇଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଏସିଆର ସର୍ବବୃହତ ପ୍ରଯୁକ୍ତି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫ଜି ସେବା ଆରମ୍ଭ କରିବେ ବୋଲି ଏହି ଟ୍ୱିଟରେ ଉଲ୍ଲେଖ ହୋଇଛି ।

Related Posts