ଭୁବନେଶ୍ଵର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଏବେ ଝାରପଡା ଜେଲ ରେ ଥିବା ବେଳେ, ସେପଟେ ତାଙ୍କ ପ୍ରତି ଅଡୁଆ ଆହୁରି ବଢ଼ି ଯାଇଛି। ତାଙ୍କ ଅର୍ଥକାରବାର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି ।
କେଉଁଠୁ ଏହି ଦଂପତିଙ୍କ ପାଖକୁ ଆସିଛି ଟଙ୍କା ତାହାର ତଦନ୍ତ ହେବ ।
ଏଥିପାଇଁ ଇଡି ପକ୍ଷରୁ ଉଚ୍ଚ ଅଧିକାରୀ ସ୍ତରରେ ଆଲୋଚନା ହୋଇସାରିଛି ।
ଖୁବ ଶୀଘ୍ର କମିଶନରେଟ ପୋଲିସ ପକ୍ଷରୁ ତଥ୍ୟ ନେବ ଇଡି । ସ୍ୱାମୀସ୍ତ୍ରୀଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ କରିବ ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ନେତା, ମନ୍ତ୍ରୀ ଏବଂ ବଡବଡିଆଙ୍କଠାରୁ ଆସିଛି କି ଟଙ୍କା ? ତେଣୁ କିଏ କାହିଁକି ଟଙ୍କା ଦେଇଛି, ସେନେଇ ତଦନ୍ତ କରିପାରେ ଇଡି ।
ସେପଟେ ଏହି ଘଟଣାକୁ ନେଇ ଅନେକ ରାଜନେତାଙ୍କ ନାଁ ସାମନାକୁ ଆସିବା ପରେ ବିରୋଧି ଶାସକ ଦଳକୁ ଟାର୍ଗେଟ କରିଛି ।
