ମାସ୍କ ପିନ୍ଧି ନଥିବାରୁ ବିଧାୟକଙ୍କ ଉପରେ ଜୋରିମାନା ଲଗାଇଥିବା ପୋଲିସ ଅଧିକାରୀଙ୍କ ବଦଳି : ନିଷ୍ପତ୍ତିକୁ ସ୍ଥାନୀୟ ଲୋକଙ୍କ ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ଦିନ ତଳେ ଉତ୍ତରାଖଣ୍ଡର ମୌସୁରୀରେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଋରକି ବିଧାୟକ ପ୍ରଦୀପ ବାତ୍ରାଙ୍କୁ ଜୋରିମାନା ଲଗାଇଥିଲେ। ବର୍ତ୍ତମାନ ତାଙ୍କର ବଦଳି କରାଯାଇଛି। ସବ୍-ଇନ୍ସପେକ୍ଟର ନୀରକ କଥାଇଟଙ୍କୁ ଗୁରୁବାର ଦିନ ଡେରହାଡୁନ୍ ଠାରୁ ୪୦ କିଲୋମିଟର ଦୂରରେ ଥିବା କାଲସିକୁ ବଦଳି କରାଯାଇଥିବା ନେଇ ମୌସୁରୀର ସର୍କଲ ଅଧିକାରୀ ନରେନ୍ଦ୍ର ପନ୍ତ ସୂଚନା ଦେଇଛନ୍ତି । ଗତ ରବିବାର ଦିନ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଋରକିର ବିଧାୟକ ପ୍ରଦୀପ ବାତ୍ରା ପୋଲିସ୍ ସବ୍-ଇନ୍ସପେକ୍ଟରଙ୍କ ଉପରକୁ ଟଙ୍କା ଫିଙ୍ଗିଥିବାର ଦେଖାଯାଇଥିଲା। ମୌସୁରୀରେ ଲକଡାଉନ୍ ଲାଗିଥିବା ସତ୍ତ୍ୱେ ବିଧାୟକ ଠିକ୍ ଭାବେ ମାସ୍କ ପିନ୍ଧିନଥିବା ଏବଂ ତାଙ୍କ ପରିବାର ସହିତ ବାହାରେ ବୁଲୁଥିବା ଅଭିଯୋଗରେ ସବ ଇନିସପେକ୍ଟର ନୀରକ କଥାଇଟ ୫୦୦ ଟଙ୍କା ଜୋରିମାନା ଲଗାଇଥିଲେ।ଏଥିରେ ରାଗିଯାଇ ବିଧାୟକ ମହୋଦୟ ଅଧିକାରୀଙ୍କ ଉପରକୁ ଟଙ୍କା ଫିଙ୍ଗିଥିବାର ନଜର ଭାଇରାଲ ଭିଡିଓରେ ନଜର ଆସିଥିଲା ।ଏହା ପରେ ଗୁରୁବାର ଦିନ ତାଙ୍କୁ ଡେହେରାଡୁନ୍ ଠାରୁ ୪୦ କିଲୋମିଟର ଦୂରରେ ଥିବା କାଲସିକୁ ବଦଳି କରାଯାଇଛି । ତେବେ ସବ ଇନିସପେକ୍ଟର ନୀରକ କଥାଇଟଙ୍କ ବଦଳି ଖବର ପ୍ରକାଶ ପାଇବ ପରେ ସ୍ଥାନୀୟ ଲୋକ ତାଙ୍କ ସମର୍ଥନରେ ବାହାରି ଥିଲେ। ସେମାନେ କହିଥିଲେ ଯେ ପୋଲିସ ଅଧିକାରୀ ତାଙ୍କ କର୍ତ୍ତବ୍ୟ ପାଳନ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଉଛି। ମୌସୁରର ଟ୍ରେଡର୍ସ ଆସୋସିଏସନ୍ (ଏମଟିଏଏ) ସବ ଇନସପେକ୍ଟରଙ୍କ ବଦଳିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଥିଲେ। ଏହି ଘଟଣାରେ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଏମଟିଏଆର ସଭାପତି ରଜତ ଅଗ୍ରୱାଲ କହିଛନ୍ତି ଯେ, “ବିଧାୟକ କୋଭିଡ୍ ଗାଇଡଲାଇନ ନିୟମ ଭାଙ୍ଗିଛନ୍ତି। ସେଥିପାଇଁ ସବ୍-ଇନ୍ସପେକ୍ଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏଥିପାଇଁ ତାଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସେ ଯାହା କରିଛନ୍ତି ସେଥିପାଇଁ ତାଙ୍କୁ ପ୍ରଶଂସା କରାଯିବା ଉଚିତ୍ । ” ଅପରପକ୍ଷରେ କଂଗ୍ରେସ ନେତା ଗୌରବ ଅଗ୍ରୱାଲା ମଧ୍ୟ କଥାଇଟଙ୍କ ବଦଳିକୁ ବିରୋଧ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏବଂ ସବ୍-ଇନ୍ସପେକ୍ଟରଙ୍କ ବଦଳି ରୋକା ନଗଲେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏପଟେ ସର୍କଲ ଅଫିସର ପନ୍ତ କହିଛନ୍ତି ଯେ, କଥାଇଟ ମୌସୁରୀରେ ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଛନ୍ତି ତେଣୁ ତାଙ୍କର ବଦଳି କରାଯାଇଛି।

Related Posts