ମହିଳାଙ୍କ ଘରୁ ଘଡି ଚୋରି ଅଭିଯୋଗରେ ପୋଲିସ ସବ୍ ଇନସ୍ପେକ୍ଟର ନିଲମ୍ବିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମହିଳାଙ୍କ ଘରୁ ଘଡି ଚୋରି କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଜଣେ ପୋଲିସ ସବ୍ ଇନସ୍ପେକ୍ଟର। ନିଖୋଜ ଭାଇ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ହିଞ୍ଜୱାଡି ପୋଲିସ ଷ୍ଟେସନକୁ ଆସିଥିବା ଅଭିଯୋଗକାରୀଙ୍କ ଘରୁ ଆପଲ୍ ଘଡି ଚୋରି ଅଭିଯୋଗରେ ପିମ୍ପ୍ରି-ଚିଞ୍ଚୱାଡ ପୋଲିସ ଷ୍ଟେସନର ଜଣେ ସବ୍-ଇନ୍ସପେକ୍ଟର ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଅଧିକାରୀ ଜଣକ ପ୍ରଶାନ୍ତ ରେଲେକର ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ଜଣେ ମହିଳା ତାଙ୍କ ନିଖୋଜ ଭାଇ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ 24 ଏପ୍ରିଲରେ ପୋଲିସ ଷ୍ଟେସନକୁ ଆସିଥିଲେ। ରିପୋର୍ଟ ଜାଣିବା ପରେ ରେଲେକର ଉକ୍ତ ମହିଳାଙ୍କୁ ତାଙ୍କ ଘରକୁ ଛାଡିବାକୁ ନେଇଥିଲେ। କିନ୍ତୁ ଥକ୍କା ଅନୁଭବ କରୁଥିବାରୁ ଚା କପେ ମାଗିଥିଲେ ବୋଲି ପୋଲିସ କହିଛି। ମହିଳା ଜଣକ ଅଧିକାରୀଙ୍କୁ ତାଙ୍କ ଘରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଚା ’ପିଇବା ସମୟରେ ଅଧିକାରୀ ଏକ ଆପଲ୍ ଘଡି ଉଠାଇ ପକେଟରେ ରଖିଥିଲେ ଏବଂ ସେହି ସ୍ଥାନ ଛାଡି ଫେରି ଆସିଥିଲେ ବୋଲି ପୋଲିସ କହିଛି। ପରଦିନ ମହିଳା ଜଣକ ପୋଲିସ ଷ୍ଟେସନକୁ ଯାଇ ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଯେତେବେଳେ ରେଲେକରଙ୍କୁ ପଚରାଉଚରା କରାଯାଇଥିଲା, ଏବଂ ସେ ଘଡିକୁ ମହିଳାଙ୍କୁ ଫେରାଇ ଦେଇଥିଲେ ବୋଲି ପୋଲିସ କହିଛି। ଏହା ପରେ ପିମ୍ପ୍ରି-ଚିଞ୍ଚୱାଡ ପୋଲିସ କମିଶନର କୃଷ୍ଣ ପ୍ରକାଶ ସବ୍-ଇନ୍ସପେକ୍ଟରଙ୍କୁ ସେବାରୁ ନିଲମ୍ବିତ କରିଥିଲେ।

Related Posts