ଭୁବନେଶ୍ୱର : କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଆଜି ସକାଳ ୯ଟାରେ ପ୍ରଥମେ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ବାହାରିବ । ସେହିପରି ଅପରାହ୍ନ ୨ଟାରେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ ।

ଛାତ୍ରଛାତ୍ରୀ ମାନଙ୍କ ପାଇଁ CBSEର ଅଫିସିଆଲ ୱେବସାଇଟ୍ cbse.gov.in ଏବଂ www.cbseresults.nic.inରେ ରେଜଲ୍ଟ ଇପଲବ୍ଧ ହେବ । ଏହାପରେ CBSE ଦ୍ବାଦଶ ଓ ଦଶମ ରେଜଲ୍ଟ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଲିଙ୍କ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ ନମ୍ବର ଦେବାକୁ ପଡ଼ିବ। ଏହାପରେ ପରୀକ୍ଷା ଫଳ ବା ମାର୍କସିଟ୍ ଡାଉନଲୋଡ କରି ଏହାର ପ୍ରିଣ୍ଟଆଉଟ୍ ବାହାର କରିପାରିବେ ।

ଚଳିତ ବର୍ଷ ୨୧ଲକ୍ଷ ୧୬ହଜାର ୨୯୦ ଜଣ ଦଶମ ପରୀକ୍ଷା ଦେଇଛନ୍ତି । ସେହିପରି ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। CBSE ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିଦ୍ୟାଳୟ ଗୁଡ଼ିକ ରହିଛି ।