ଭୁବନେଶ୍ୱର,9/8(ସତ୍ୟପାଠ ବ୍ୟୁରୋ): ଉପରମୁଣ୍ଡରେ ବର୍ଷା। ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍ର ବଢିଛି ଜଳସ୍ତର । ହୀରାକୁଦ ଡ୍ୟାମ୍ର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ଫୁଲୁଛି ମହାନଦୀ ।
ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ଏନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି) ସତ୍ୟବ୍ରତ ସାହୁ। ବିଶେଷକରି ତଳିଆ ଅଞ୍ଚଳ ଜିଲ୍ଲାପାାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ପାଣି ପଶିଥିବା ରାସ୍ତା ଓ ପୋଲ ଉପରେ ଯାତାୟାତ ନ କରିବାକୁ ଏସ୍ଆର୍ସି ପରାମର୍ଶ ଦେଇଛନ୍ତି।