ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କଳାପତାକା ଦେଖାଇଥିବା ଯୁବତୀକୁ ସମାଜବାଦୀ ପାର୍ଟି ଦେଲା ଟିକେଟ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟି ନିଜର ନୂତନ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ତେବେ ଏସପି ଲକ୍ଷ୍ନୌରେ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବାବେଳେ ସମାଜବାଦୀ ପାର୍ଟି ଲକ୍ଷ୍ନୌର ଉତ୍ତର ବିଧାନସଭା ଆସନରୁ ପୂଜା ଶୁକ୍ଳାଙ୍କୁ ଟିକେଟ ଦେଇଛି । ସମାଜବାଦୀ ପାର୍ଟିର ଫାୟାର ବ୍ରାଣ୍ଡ ଯୁବ ନେତାମାନଙ୍କ ମଧ୍ୟରୁ ପୂଜା ଶୁକ୍ଳା ଅନ୍ୟତମ ।

ସେପଟେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୂଜା କଳା ପତାକା ଦେଖାଇଥିଲେ । ଏହା ପରେ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା । ଏହ ପରେ ପୂଜା ସାରା ଦେଶର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ଆଉ ବର୍ତ୍ତମାନ ସମାଜବାଦୀ ପାର୍ଟି ପୂଜାକୁ ଟିକେଟ ଦେଇଥିବାର କଥା ସମ୍ନାକୁ ଆସିବା ପରେ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts