ସମଲିଙ୍ଗୀ ବିବାହ ବିଲ୍‌କୁ ଆମେରିକା ସଂସଦର ମଞ୍ଜୁରି, ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଆଇନରେ ହେବ ପରିଣତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମେରିକା ସଂସଦ ଦେଶରେ ସମଲିଙ୍ଗୀ ବିବାହ ବିଲ୍‌କୁ ମଞ୍ଜୁରି ଦେଇଛି । ବିଲ୍‌ଟି ପ୍ରତିନିଧି ସଭା (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟାଟିଭ୍‌)ରେ ଉପସ୍ଥିତ ୨୮୫ ସଦସ୍ୟଙ୍କ ମଧ୍ୟରୁ ୧୬୯ ଭୋଟରେ ଗୃହୀତ ହୋଇଛି । ବିରୋଧୀ ରିପବ୍ଲିକାନ ଦଳର ୩୯ ସଦସ୍ୟ ବିଲ୍‌କୁ ସମର୍ଥନ କରିଥିଲେ । ଚୂଡାନ୍ତ ଅନୁମୋଦନ ଲାଗି ଏହାକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟକୁ ପଠାଯାଇଛି ।ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ତାହା ଆଇନରେ ପରିଣତ ହେବ । ଯାହାଫଳରେ ଦେଶରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିବ ।

ଆସନ୍ତାବର୍ଷ ଜାନୁଆରୀ ପୂର୍ବରୁ ଏସବୁ ପ୍ରକ୍ରିୟା ଚୂଡାନ୍ତ ହୋଇଯିବ ବୋଲି କୁହାଯାଉଛି । ଗତ ସପ୍ତାହରେ ସଂସଦର ଉଚ୍ଚ ସଦନ ସିନେଟରେ ଏହି ବିଲ୍‌ ୬୧-୩୬ ଭୋଟରେ ଗୃହୀତ ହୋଇଥିଲା । ୧୨ ରିପବ୍ଲିକାନ ସିନେଟର ଏହାକୁ ସମର୍ଥନ କରିଥିଲେ । ୨୦୧୫ରେ ସୁପ୍ରିମକୋର୍ଟ ଦେଶରେ ସମଲିଙ୍ଗୀ ବିବାହକୁ ନିଷିଦ୍ଧ କରିଥିଲେ । ସଂସଦରେ ବିଲ୍‌ ଗୃହୀତ ହେବାକୁ ରାଷ୍ଟ୍ରପତି ସ୍ୱାଗତ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ପ୍ରେମ ହେଉଛି ପ୍ରେମ । ଆମେରିକାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ସେହି ବ୍ୟକ୍ତିଙ୍କୁ ବିବାହ କରିବାର ହକ୍‌ ରହିଛି ଯାହାଙ୍କୁ ସେ ପ୍ରେମ କରୁଛନ୍ତି ।

Related Posts