ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ମଧ୍ୟାହ୍ନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ):  ଆଜି ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ରାଜ୍ୟରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ହୋଇଛି। ବରଗଡରେ ୩୭.୧୯%, ବଲାଙ୍ଗୀରରେ ୩୨.୦୪%, ବୌଦ୍ଧରେ ୪୦.୬୦%, ଗଞ୍ଜାମରେ ୩୩.୯୮% ମତଦାନ ହୋଇଛି । ସେହିଭଳି ଝାରସୁଗୁଡରେ ୪୦.୮୨ ପ୍ରତିଶତ ଭୋଟିଂ ସହ କନ୍ଧମାଳରେ ୩୨.୫୫ପ୍ରତିଶତ, ନୟାଗଡରେ ୩୭.୮୭ %, ସୁବର୍ଣ୍ଣପୁରରେ ୩୫.୦୧% ମତଦାନ ହୋଇଛି । 

ସେହିପରି ରାଜଗାଙ୍ଗପୁରରେ ୩୨.୨୦%, ସାନଖେମୁଣ୍ଡିରେ ୩୪୫.୧୮% , ସୁନ୍ଦରଗଡରେ ୩୬.୦୦%, ହିଞ୍ଜିଳିକାଟୁରେ ୩୬.୩୭%, କଣ୍ଟାବାଂଜିରେ ୨୬.୭୭%, ଖଲ୍ଲିକୋଟରେ ୩୩.୮୯%, ମତଦାନ ହୋଇଥିବା ସୂଚନା ରହିଛି ।

Related Posts