ଓଡ଼ିଶାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ; ଅପରାହ୍ନ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ):  ଓଡ଼ିଶାରେ ଅପରାହ୍ଣ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ ହୋଇଛି । ବରଗଡରେ ସର୍ବାଧିକ ୫୩.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ୪୬.୨୩ ପ୍ରତିଶତ ସହ ଆସ୍କାରେ ସବୁଠୁ କମ ଭୋଟିଂ ହୋଇଛି । ସୁନ୍ଦରଗଡରେ ୪୮.୯୬ ପ୍ରତିଶତ, କନ୍ଧମାଳ ୪୮.୯୩ ପ୍ରତିଶତ, ବଲାଙ୍ଗୀରରେ ୪୬.୯୬ ପ୍ରତିଶତ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା ।

Related Posts