ଆଜି ଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ତେବେ ଏହା ଅଗଷ୍ଟ ୪ ତାରିଖ ପର‌୍ୟ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଅର୍ଥାତ ଆସନ୍ତାକାଲି ବିଭାଗୀୟ ଷ୍ଟାଣ୍ଡିଂ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବ। ୧୪ରୁ ୨୯ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା କରାଯିବ।

୩୦ ତାରିଖରେ ୨୦୨୨-୨୩ ବଜେଟ୍ ଉପରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବାର କାର‌୍ୟ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ଗତ ୨ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ସେହି ଦିନ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଥିଲା। ୬ ତାରିଖରେ ଅଧିବେଶନର ପ୍ରଥମ ପର‌୍ୟ୍ୟାୟ ଶେଷ ହୋଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts