ଅତ୍ୟଧିକ ମଦ୍ୟପାନ କରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିବା ଅଭିଯୋଗ ଆଣିଲା ଶିରୋମଣି ଅକାଳି ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛି ଶିରୋମଣି ଅକାଳି ଦଳ (ଏସଏଡି)। ମାନ୍‌ ପଞ୍ଜବବାସୀଙ୍କୁ ଅପମାନିତ କରିଥିବା ଶିରୋମଣି ଅକାଳି ଦଳ ପକ୍ଷରୁ କୁହାଯାଇଛି। ମଦ ପିଇଥିବାରୁ ଭଗୱନ୍ତ ମାନଙ୍କୁ ଜର୍ମାନୀରେ ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଶିରୋମଣି ଅକାଳି ଦଳର ମୁଖ୍ୟ ସୁଖବିନ୍ଦର ସିଂହ ବାଦଲ ଅଭିଯୋଗ ଆଣିଛନ୍ତି। ଉକ୍ତ ବିମାନରେ ଭଗୱନ୍ତଙ୍କ ସାଥୀ ଯାତ୍ରୀ ମାନେ ଅଭିଯୋଗ ଆଣିବା ପରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଗଣମାଧ୍ୟରେ ପ୍ରକାଶ ପାଇଥିବା ସୁଖବିନ୍ଦର ଅଭିଯୋଗ ଆଣିଛନ୍ତି। ମାନ ଏତେ ପରିମାଣରେ ମଦ୍ୟପାନ କରିଥିଲେ ଯେ, ସେ ଚାଲିବାକୁ ଅସମର୍ଥ ହୋଇଥିଲେ। ତାଙ୍କ ପାଇଁ ବିମାନ ୪ ଘଣ୍ଟା ବିଳମ୍ବ ହୋଇଥିବା ସୁଖବିନ୍ଦର ଅଭିଯୋଗ କରିଛନ୍ତି।ସେଥିପାଇଁ ସେ ଆପର ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରି ନଥିଲେ। ଏହା ପଞ୍ଜାବବାସୀଙ୍କ ପାଇଁ ଲଜ୍ଜା ଏବଂ ଅପାମାନଜନ୍ନକ । ମାନ୍ ବିଶ୍ୱ ଦରବାରରେ ପଞ୍ଜାବକୁ ଅମାନିତ କରିଛନ୍ତି ବୋଲି ସେ କହିଛନ୍ତି।

ତେବେ ଗଣମାଧ୍ୟମ ରିପୋର୍ଟକୁ ପଞ୍ଜାବ ସରକାରଙ୍କ ପକ୍ଷରୁ ଖାରଜ କରାଯାଇଛି। ବାଦଲଙ୍କ ଅଭିଯୋଗର ଜବାବ ରଖିଛି ଆପ୍‌। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ମୁଖ୍ୟମନ୍ତ୍ରୀଙ୍କ ମୁଖପାତ୍ର ମଲୱନ୍ଦର ସିଂ କଙ୍ଗ ଏହା କହିଛନ୍ତି। ସେ କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଠିକ୍‌ ସମୟରେ ଦିଲ୍ଲୀ ଫେରି ଆସିଛନ୍ତ। ଜର୍ମାନୀରେ ସେ ସେପ୍ଟେମ୍ବର ୧୮ରେ ସେ ଫ୍ଲାଇଟ ଧରିଥିଲେ। ସେପ୍ଟେମ୍ବର ୧୯ରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବିରୋଧୀଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ସେ କହିଛନ୍ତି।

Related Posts