ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି, ରାଜ୍ୟର ୩ ସହରରୁ ଆରଏମଆରସି ଆରମ୍ଭ କରିବ ଗବେଷଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି। ବର୍ଜ୍ୟ ଜଳର କଣ ରହିଛି ସ୍ଥିତି ଏବଂ ସଂକ୍ରମଣ ବଢିବାର ଆଶଙ୍କା ରହିଛି କି ନାହିଁ ସେ ବାବଦରେ ମଧ୍ୟ ଜାଣିହେବ। ରାଜ୍ୟ ସରକାରଙ୍କ ସହଯୋଗରେ ଏନେଇ ଗବେଷଣା କରିବ ଆରଏମଆରସି। ଆଇସିଏମଆର ର ପରାମର୍ଶରେ ବିଭିନ୍ନ ରାଜ୍ୟରେ ଏହି ଗବେଷଣା ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଜ୍ୟଜଳକୁ ନେଇ ଗବେଷଣା ହେବ।ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଆରଟିପିସିଆର ଟେଷ୍ଟ ଭଳି ଏହି ସାମ୍ପୁଲ ଟେଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ଟି ସହର ଭୁବନେଶ୍ଵର, କଟକ ଓ ପୁରୀରେ ଏହି ଗବେଷଣା ଆରମ୍ଭ ହେବ। କେବଳ କୋଭିଡ୍ ନୁହେଁ, କଲେରା, ଜଣ୍ଡିସ ପରି ଅନ୍ୟ ରୋଗ ବାବଦରେ ମଧ୍ୟ ଏହି ଗବେଷଣାରୁ ତଥ୍ୟ ମିଳିବ। ଆଗୁଆ ତଥ୍ୟ ମିଳିପାରିଲେ ପ୍ରତିକାର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Related Posts