
ସମ୍ବଲପୁର: ସମ୍ବଲପୁରରେ ଲୁଟ୍ ।ଦିନ ଦ୍ବିପହରରେ ଲୁଟ କଲେ ଲୁଟେରା । ଏନେଇ ଅଭିଯୋଗ ହୋଇଛି । ସମ୍ବଲପୁର ସଦର ମେଡିକାଲ ସାମ୍ନାରୁ ଏହି ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସଦର ମେଡିକାଲ ସାମ୍ନାରେ ବାଇକ୍ ଡିକି ଖୋଲି ପାଖାପାଖି ୧୧ ଲକ୍ଷ ଲୁଟ କରିନେଇଛନ୍ତି ଲୁଟେରା ।
ସୂଚନା ଅନୁସାରେ ଏମଡି ଜିସାନ ନାମକ ବ୍ୟକ୍ତି ସଦର ମେଡିକାଲ ନିକଟରେ ଏକ ଏସି ଓ ରେଫ୍ରିଜେରେଟର ରିପାୟିରିଂ ଦୋକାନ କରିଛନ୍ତି । ତେବେ ଗାଡି ଡିକିରେ ସେ ୧୧ ଲକ୍ଷ ଟଙ୍କା ଧରି ଆସିଥିବା ବେଳେ ଗାଡ଼ି ରଖି ଦୋକାନ ସଟର ଖୋଲୁଥିଲେ । ତେବେ ଲୁଟେରା ଏକ ଆପାଚି ଗାଡ଼ିରେ ଆସି ଡିକି ଖୋଲି ପଇସା ଧରି ଛୁ ମାରିଛନ୍ତି । ତେବେ ଖବର ପାଇ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।