ସଂଖ୍ୟା ଗରିଷ୍ଠତା ଓ କ୍ଷମତାର ଅହଂକାର ସାଧାରଣ ଜନତାଙ୍କ ଆଗରେ କିଛି ନୁହେଁ : ଶରଦ ପାୱାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦରେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିର ଅହଂକାର ବହୁତ ବଢ଼ିଯାଇଛି। ଦେଶରେ ବିଜେପି ଶାସନକୁ ଇଂରେଜ ଶାସନ ସହ ତୁଳନା କରି ଏନସିପି ନେତା ଶରଦ ପାୱାର ଏହା କହିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଅହଂକାର ସାଧାରଣ ଜନତାଙ୍କ ଆଗରେ କିଛି ନୁହେଁ। ଯଦି ଜନତା ଏକଜୁଟ ହୋଇଯିବେ ତେବେ ବିଜେପିକୁ ଦିନ ଗଣିବାକୁ ପଡିଯାଇପାରେ।ଏଣୁ ବେଳହୁଁ ଚେତିଯିବା ଭଲ ବୋଲି ଶରଦ କହିଛନ୍ତି।

ମହାରାଷ୍ଟ୍ରର ଧୂଲେରେ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ପାୱାର ଦେଶରେ ବିଜେପି ଶାସନକୁ ଇଂରେଜ ଶାସନ ସହ ତୁଳନା କରିଛନ୍ତି। ସାଧାରଣ ଲୋକଙ୍କୁ କ୍ଷମତାର ଅହଂକାର ଦେଖାଇବାର ପରିଣାମ ଜନତା ବେଶ ଦେଇ ପାରନ୍ତି ବୋଲି କହିଛନ୍ତି। ଲୋକସଭାରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରସଙ୍ଗରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷାଙ୍କ ପ୍ରତି ବିଜେପି କରିଥିବା ଦୁର୍ବ୍ୟବହାର ପ୍ରସଙ୍ଗ ମଧ୍ୟ ନିଜ ଅଭିଭାଷଣରେ ରଖିଛନ୍ତି ପାୱାର। ରାଷ୍ଟ୍ରପତିଙ୍କ ପ୍ରସଙ୍ଗରେ ତାଙ୍କ ସହଯୋଗୀଙ୍କ ବୟାନ ଲାଗି ତାଙ୍କ ନାମ କାହିଁକି ଉଠୁଛି ବୋଲି ସୋନିଆ ବିଜେପି ସାଂସଦଙ୍କ ସହ ଆଲୋଚନା କରୁଥିବା ବେଳେ ଯେଉଁ ଭଳି ପରିସ୍ଥିତି ସୃଷ୍ଟି କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପାୱାର କହିଛନ୍ତି। ବିଜେପି ସାଂସଦ ମାନେ ସୋନିଆଙ୍କ ପ୍ରତି ଗୃହ ମଧ୍ୟରେ ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି। କଂଗ୍ରେସ ସାଂସଦ ରାଷ୍ଟ୍ରପତିଙ୍କ ପ୍ରତି ଭୁଲ ଶବ୍ଦ ବ୍ୟବହାର କରିଥିବା ଜାଣିବା ପରେ ନିଜର ଭୁଲ ଭୁଝିପାରି କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ବିଜେପି ଚାହୁଁଥିଲା ଏଥି ପାଇଁ ସୋନିଆ ଗାନ୍ଧି କ୍ଷମାମାଗନ୍ତୁ । ନିଜ କ୍ଷମତାକୁ ନେଇ ବିଜେପି ଏତେ ଅହଂକାରୀ ହୋଇପଡିଛି ଯେ ଯଦି ସେମାନଙ୍କ ସହ ଆପଣ ସହମତ ନ ହୁଅନ୍ତି ତେବେ ସେମାନେ ଆପଣଙ୍କ ବିରୋଧରେ ଚରମ ପଦକ୍ଷେପ ମଧ୍ୟ ଉଠାଇ ପାରନ୍ତି।

ସେହିପରି ରାଜ୍ୟର ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ କଥା ମଧ୍ୟ ନିଜ ଭାଷଣରେ ରଖିଛନ୍ତି ପାୱାର। ସେ କହିଛନ୍ତି ଦୀର୍ଘ ଦୁଇ ବର୍ଷ ରାଜ୍ୟରେ ମହାବିକାଶ ଅଘାଡି ମେଣ୍ଟ ସରକାର ଥିଲା। ବିଧାନସଭା ବାଚସ୍ପତି ନିଯୁକ୍ତି ଲାଗି ରାଜ୍ୟପାଳଙ୍କ ଅନୁମତି ମିଳି ପାରୁନଥିଲା। ହେଲେ ମନ୍ତ୍ରୀମଣ୍ଡଳ ଗଠନ କରିପାରୁନଥିବା ଦୁଇ ଦିନର ବିଜେପି ମେଣ୍ଟ ସରକାରଙ୍କୁ ବିଧାନସଭାରେ ବାଚସ୍ପତି ନିଯୁକ୍ତିକୁ ଅନୁମତି ଦେଇଛନ୍ତି। ଏହା କିପରି ସମ୍ଭବ ହେଲା ବୋଲି ଶରଦ ପାୱାର ପ୍ରଶ୍ନ କରିଛନ୍ତି।

Related Posts