
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଳାତ୍କାର ମାମଲାରେ ସୋମବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ‘ଟୁ ଫିଙ୍ଗର ଟେଷ୍ଟ’ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହିତ କୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି କେହି ପୀଡ଼ିତାଙ୍କ କ୍ଷେତ୍ରରେ ‘ଟୁ-ଫିଙ୍ଗର୍ ଟେଷ୍ଟ୍’ କରନ୍ତି ତେବେ, ସେ ଅସଦାଚରଣ କରିଛନ୍ତି ବୋଲି ଦୋଷୀ ସାବ୍ୟସ୍ତ ହେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମ୍ କୋର୍ଟ କହିଛନ୍ତି, ତା’ ସହ ଦୁଷ୍କର୍ମ କରାଯାଇଛି ବୋଲି ଜଣେ ନାରୀ କହୁଥିବା ବେଳେ ତାଙ୍କୁ ବିଶ୍ବାସ ନ କରିବା ହେଉଛି ପୁରୁଷମାନଙ୍କ ପୁରୁଷ ନିୟନ୍ତ୍ରିତ ସମାଜ ଓ ନାରୀମାନଙ୍କ ପ୍ରତି ଅସୂୟା ମନୋଭାବର ଅଭିବ୍ୟକ୍ତି।
ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଜଣେ ଦୁଷ୍କର୍ମ ଓ ହତ୍ୟାକାରୀ ଦୋଷୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦୋଷମୁକ୍ତ କରି ଦେଇଥିବା ରାୟକୁ ରଦ୍ଦ କରିବା ବେଳେ ସୁପ୍ରିମ୍ କୋର୍ଟ ଉପରୋକ୍ତ କଥା କହିଛନ୍ତି। ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ପରେ ଏହି ମାମଲାରେ ସୁପ୍ରିମ୍ କୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି।
ବଳାତ୍କାର-ହତ୍ୟା ମାମଲାରେ ଏହି ରାୟ ପ୍ରଦାନ କରି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ, ପୀଡିତାଙ୍କ ଯୌନ ଇତିହାସ ପ୍ରମାଣ ଦୁଷ୍କର୍ମ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହା ଦୁଃଖର ବିଷୟ ଯେ ଆଜି ବି ଦେଶରେ ‘ଟୁ ଫିଙ୍ଗର ଟେଷ୍ଟ’ ଚାଲିଥିଲା। ଆଗାମୀ ଦିନରେ ଯଦି କେହି ପୀଡ଼ିତାଙ୍କ କ୍ଷେତ୍ରରେ ‘ଟୁ-ଫିଙ୍ଗର୍ ଟେଷ୍ଟ୍’ କରନ୍ତି ତେବେ, ସେ ଅସଦାଚରଣ କରିଛନ୍ତି ବୋଲି ଦୋଷୀ ସାବ୍ୟସ୍ତ ହେବେ ବୋଲି ସେ କହିଛନ୍ତି।ଏହା ସହିତ ମେଡିକାଲ କଲେଜଗୁଡ଼ିକରେ ଏହି ଟେଷ୍ଟ ଅଧ୍ୟୟନ ସମୟରେ ବ୍ୟବହୃତ ସାମଗ୍ରୀ ଦ୍ୱାରା ଏହା ଜଣେ ବଳାତ୍କାରର ପୀଡ଼ିତାଙ୍କୁ ଯୌନ ନିର୍ଯାତନାର ଶିକାର ଏବଂ ଏହି ଘଟଣା କୁ ପୁଣି ଥରେ ମନେ ପକାଇବ ତେଣୁ ଏହି ‘ଟୁ ଫିଙ୍ଗର ଟେଷ୍ଟ’କୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବିଗତ ଦିନରେ କେନ୍ଦ୍ର ସରକାର ‘ଟୁ ଫିଙ୍ଗର ଟେଷ୍ଟ’ କୁ ଅଜ୍ଞାନତା ବୋଲି ମଧ୍ୟ କହିଛନ୍ତି। ମାର୍ଚ୍ଚ ୨୦୧୪ ରେ, ବଳାତ୍କାର ପୀଡିତଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲା। ଏହି ଗାଇଡଲାଇନରେ ସମସ୍ତ ଡାକ୍ତରଖାନାକୁ ଫୋରେନସିକ୍ ଏବଂ ଡାକ୍ତରୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଠରୀ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ନିର୍ଦ୍ଦେଶାବଳୀରେ ଟୁ ଫିଙ୍ଗର ଟେଷ୍ଟକୁ ସ୍ପଷ୍ଟ ଭାବେ ବାରଣ କରାଯାଇଥିଲା। ଶାରୀରିକ ପରୀକ୍ଷା ସହିତ ପୀଡ଼ିତାଙ୍କୁ ସେମାନଙ୍କୁ ମାନସିକ ପରାମର୍ଶ ଦେବାକୁ ମଧ୍ୟ କୁହାଯାଇଥିଲା। ଆଜି ଏହି ‘ଟୁ ଫିଙ୍ଗର ଟେଷ୍ଟ’ କୁ ସୁପ୍ରିମକୋର୍ଟ ସଂପୂର୍ଣ୍ଣ ବ୍ୟନ୍ ଘୋଷଣା କରିଛନ୍ତି ।