ତାଜମହଲ ନିର୍ମାଣ ସମ୍ପର୍କରେ ଭୁଲ ଇତିହାସକୁ ହଟାଇବା ପାଇଁ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ପୂରାତନ ଐତିହ୍ୟ ତାଜମହଲ ନିର୍ମାଣ ସମ୍ପର୍କରେ ଇତିହାସରେ ଭୁଲ ତଥ୍ୟ ପଢ଼ାଯାଉଛି। ଏହି ଭୁଲ ତଥ୍ୟକୁ ଇତିହାସ ପୃଷ୍ଠାରୁ ହଟାଯିବା ନେଇ ହୋଇଥିବା ଏକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ଜଷ୍ଟିସ୍ ଏମ୍ ଆର ଶାହା ଏବଂ ସି ଟି ରବିକୁମାରଙ୍କ ଖଣ୍ଡପୀଠ ଶୁଣାଣି କରି ଆବେଦନକାରୀଙ୍କୁ କହିଛନ୍ତି ଯେ, ଭାରତୀୟ ପ୍ରତ୍ନତତ୍ୱ ବିଭାଗ ନିକଟରେ ନିଜର ପ୍ରତିନିଧିତ୍ୱ ରଖିବାକୁ ନିବେଦନ କରନ୍ତୁ।

କୌଣସି ଅନୁସନ୍ଧାନ ପାଇଁ ପିଆଇଏଲ ଉର୍ଦ୍ଦିଷ୍ଟ ନୁହଁ। ଆମେ ଏଠାରେ ଇତିହାସର ପୁନରଉନ୍ମୋଚନ ପାଇଁ ନାହୁଁ। ଯାହା ଇତିହାସ ଅଛି ତାହା ଜାରି ରହୁ। ଏ ସମ୍ପର୍କରେ ହୋଇଥିବା ରିଟ୍ ପିଟିସନକୁ ଖାରଜ କରାଯାଇଛି। ତେବେ ଏଏସଆଇ ପାଖରେ ନିଜର ପ୍ରତିନିଧିତ୍ୱ ରଖିବାକୁ ସର୍ବୋଚ୍ଚ ନ୍ୟାଳୟ ଆବେଦନକାରୀଙ୍କୁ ଅଧିକାର ଦେଇଛନ୍ତି।

ଆମେ ଏ ବିଷୟରେ କିଛି କହିପାରିବୁ ନାହିଁ ବୋଲି ଅଦାଲତ କହିଛନ୍ତି । ସୁରଜିତ୍ ସିଂହ ଯାଦବ ନାମକ ଜଣେ ଆବେଦନକାରୀ ଏହି ଆବେଦନ କରିଥିଲେ। ତାଜମହଲ ନିର୍ମାଣ ସମ୍ପର୍କରେ ଆମ ଟେକ୍ସଟ ବହିରେ ଭୁଲ ତଥ୍ୟ ପଢ଼ାଯାଉଛି। ଏହି ଭୁଲ ତଥ୍ୟକୁ କେନ୍ଦ୍ର ସରକାର ହଟାଇବା ପାଇଁ ସୁପ୍ରିମକୋର୍ଟକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦର୍ଶାଇଥିଲେ। ସେହିପରି ତାଜମହଲର ବୟସ କେତେ ସେ ସମ୍ପର୍କରେ ଏସଆଇ ଅନୁଧ୍ୟାନ କରିବାକୁ ଆବେଦନରେ ଦର୍ଶାଥିଲେ।

ସୁରଜିତ୍ ସିଂହ କହିଛିନ୍ତି ତାଙ୍କ ଗବେଷଣା ଅନୁଯାୟୀ ତାଜମହଲ ନିର୍ମାଣ ପୂର୍ବରୁ ସେଠାରେ ଏକ ମହଲର ଅସ୍ତିତ୍ୱ ଥିଲା। ଯେଉଁଠି ମୁଗଲ ଶାସକ ଶାହାଜନ୍ ତାଜମହଲ ନିର୍ମାଣ କରିଥିଲେ। ପୂର୍ବରୁ ତାଜମହଲର ୨୨ଟି କୋଠରି ଖୋଲିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଆଗତ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ତାଜମହଲ ଭିତରେ ଶିବମନ୍ଦିର ରହିଥିବା କହି ଏହି ଆବେଦନ କରାଯାଇଥିଲା। ।

Related Posts