ଜ୍ଞାନବାପୀ ମସଜିଦ୍ ମାମଲାକୁ ବାରାଣସୀ ଜିଲ୍ଲା ଜଜଙ୍କୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜ୍ଞାନବାପୀ ମସଜିଦ୍ ମାମଲାକୁ ବାରାଣସୀ ଜିଲ୍ଲା ଜଜଙ୍କୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ । ଏହାସହ ଅଦାଲତ ଆହୁରି ବି ନିର୍ଦ୍ଦେଶ ଦେଇଛନ୍ତି ଯେ ଶିବଲିଙ୍ଗ ଚିହ୍ନଟ ହୋଇଥିବା ଅଞ୍ଚଳ ସିଲ୍ ରହିବ। ମୁସ୍‌ଲମାନ ପକ୍ଷରୁ ଅଦାଲତକୁ କୁହାଯାଇଛି ଯେ ସର୍ଭେ ରିପୋର୍ଟ ଜନସାଧାରଣଙ୍କ ସକା‌ଶେ ଚୟନ କରି ‘ଲିକ୍’ କରାଯାଇଛି। ଦୁଇ ପକ୍ଷର ଯୁକ୍ତି ଶୁଣିମା ପରେ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ଏହା ଏକ ସ୍ପର୍ଶକାତର ମାମଲା ଏବଂ ବହୁ କ୍ଳିଷ୍ଟ ଆଇନ୍‌ଗତ ପ୍ରସଂଗ ଏହା ସହ ଜଡ଼ିତ। ତାହାକୁ ଦୃଷ୍ଟିରେ ରଖି ଆମେ ଉତ୍ତରପ୍ରଦେଶ ଜୁଡିସିଆଲ୍ ସର୍ଭିର ଜଣେ ଅଭିଜ୍ଞ ଓ ବରିଷ୍ଠ ଅଧିକାରୀ ଏହାର ଶୁଣାଣି ଦାୟିତ୍ବ ଦେବା ଲାଗି ନିଷ୍ପତି କରୁଛୁ। ଏହି ମାମଲାଟି ପରବର୍ତ୍ତୀ ଶୁଣାଣି ଲାଗି ବାରାଣସୀର ଜିଲ୍ଲା ଜଜଙ୍କ କୋର୍ଟକୁ ସ୍ଥାନନ୍ତର କରାଯାଉଛି। ସେପଟେ ନିକଟ ଅତୀତରେ ସର୍ଭେ ଓ ଭିଡିଓଗ୍ରାଫି ଚାଲିଥିବା ବ‌େଳେ ବାରାଣସୀରେ ଥିବା ଜ୍ଞାନବାପୀ ଶୃଙ୍ଗାରଗୌରୀ ପରିସରରେ ଥିବା ଜ୍ଞାନବାପୀ ମସ୍‌ଜିଦ୍ ନିକଟରୁ ଦୁଇଟି ଅସ୍ପଷ୍ଟ ହୋଇଆସୁଥିବା ପ୍ରାଚୀନ ସ୍ବସ୍ତିକ ଚିହ୍ନ ଦେଖିବାକୁ ମିଳିଥିଲା।ଜନପ୍ରତିବାଦ ଯୋଗୁ ବାଧା ସୃଷ୍ଟି ହେବାରୁ ପ୍ରଶାସନ ସେର୍ଭେ ଓ ଭିଡିଓଗ୍ରାଫି ଅଭିଯାନ ସ୍ଥଗିତ ରଖିଥିଲା।

ପରେ ଉକ୍ତ ସର୍ଭେ ଟିମ୍ ଗଣମାଧ୍ୟମକୁ କହିଥିଲେ ଯେ, ମସ୍‌ଜିଦ୍ ବାହାରେ ସେମାନେ ଦୁଇଟି ସ୍ବସ୍ତିକ ଚିହ୍ନ ଦେଖିଛନ୍ତି। ଲିଭି ଆସିଥିଲେ ବି ତାହା ଅପେକ୍ଷାକୃତ ସ୍ପଷ୍ଟ ଅଛି। ସମ୍ଭବତଃ ପ୍ରାଚୀନ କାଳରେ ସେ ଦୁଇଟିକୁ ଅଙ୍କନ କରାଯାଇଥିଲା। ସଂଖ୍ୟାଲଘୁ ବ୍ୟକ୍ତିମାନେ ପ୍ରତିବାଦ କରିବାରୁ ଦଳେ ଓକିଲଙ୍କୁ ଜ୍ଞାନବାପୀ ମସ୍‌ଜିଦ୍ ମଧ୍ୟକୁ ଛଡ଼ା ନ ଯିବାରୁ ମସ୍‌ଜିଦ୍ ବାହାରେ କେତେକ ଅଞ୍ଚଳରେ ଭିଡିଓଗ୍ରାଫି ଓ ସର୍ଭେ ବନ୍ଦ କରାଯାଇଥିଲା। କିନ୍ତୁ, ଜ୍ଞାନବ୍ୟାପୀ ମସ୍‌ଜିଦ୍ ବାହାରେ ଭିଡିଓଗ୍ରାଫି ଓ ସର୍ଭେ କାର‌୍ୟ୍ୟ ଚାଲିବ ବୋଲି ପରବର୍ତ୍ତୀ ମୁହୂର୍ତ୍ତରେ ବାରାଣସୀର ଏକ ଅଦାଲତ ଆଦେଶ ଦେଇଥିଲେ। ସେ ଅଞ୍ଚଳ‌ ପାଖରେ ଦତାରଖ କରିବା ଲାଗି ଅଦାଲତ କେତେକ ସରକାରୀ ଅଧିକାରୀ ଏବଂ ଦଳେ ଓକିଲଙ୍କୁ ନିଯୁକ୍ତି ଦେବା ପରେ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts