
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ସୁପ୍ରିମ କୋର୍ଟଙ୍କ ନେର୍ଦ୍ଦଶ ସତ୍ତ୍ୱେ କେନ୍ଦ୍ର ସରକାର ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦେଉନାହିଁ ବେଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି । ଅକ୍ସିଜେନ ଯୋଗାଣ ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହୋଇଛି ।ଏହି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ଯେ ସୁପ୍ରିମ କୋର୍ଟ ପୁଣିଥରେ କିଛି ନିଦ୍ଦେର୍ଶ ନଦେବା ଯାଏଁ ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବା ଜାରି ରଖନ୍ତୁ । ଆମ ନିଦ୍ଦେର୍ଶ ଅନୁସାରେ ପ୍ରତିଦିନ ଏହି ପରିମାଣର ଅକ୍ସିଜେନ ଯୋଗାଇବା ପାଇଁ ତୁମ ଅଫିସରଙ୍କୁ ଜଣାଇଦିଅ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି । ଜଷ୍ଟିସ ଡି .ଓାଇ. ଚନ୍ଦ୍ରଚୂଡ ଉବଂ ଏମ୍ . ଆର୍ . ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି ।ପୂର୍ବରୁ ଏହି ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହେଇଥିଲା ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯାଇଥିବା ଆଦେଶ ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଥିଲେ । ସୁପ୍ରିମ କୋର୍ଟ ମଧ୍ୟ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଡିଟ୍ କରିବା ପାଇଁ ବିଶେଷଜ୍ଞ ମାନଙ୍କୁ ନେଇ ଏକ ପ୍ୟାନେଲ ଗଠିତ କରାଯାଇଛି । କେଉଁ ରାଜ୍ୟକୁ କେତେ ଅକ୍ସିଜେନ୍ ଦରକାର , ଉକ୍ତ ପ୍ୟାନେରଲ ତାହା ଯାଂଚ କରି ତାହା ନିର୍ଦ୍ଦାରଣ କରିବ ।