(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉଚ୍ଚତମ ନ୍ୟାୟଳୟ ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି । ସରକାର ଧର୍ଯ୍ୟର ପରୀକ୍ଷା ନକରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । CJI ଏନଭି ରମନା କହିଛନ୍ତି ଯେ ସରକାର ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦେଉ ନାହାଁନ୍ତି। ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାରଙ୍କ ଏହି ମନୋଭାବ ନ୍ୟାୟିକ ଅନୁଷ୍ଠାନକୁ ଦୁର୍ବଳ କରୁଛି। ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି।
CJI ଏନଭି ରମନା, ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ୍ ଏବଂ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓଙ୍କୁ ନେଇ ଏକ ତିନିଜଣିଆ ଖଣ୍ଡପୀଠ ସେଲିସିଟର ଜେନେରାଲ ତୁଷାର ମେହେଟାଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କୋର୍ଟ କେନ୍ଦ୍ର ସରକାରଙ୍କ ସହ କୌଣସି ବିବାଦ ଚାହୁଁ ନାହାନ୍ତି। କିନ୍ତୁ ଟ୍ରିବ୍ୟୁନାଲରେ ଖାଲି ପଡ଼ିଥିବା ପଦବୀକୁ ପୂରଣ କରନ୍ତୁ।
ନ୍ୟାସନାଲ କମ୍ପାନୀ ଲ ’ଟ୍ରିବ୍ୟୁନାଲ (ଏନସିଏଲଟି), ଏବଂ ଟିଡିଏସ୍ଏଟ୍ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରିବ୍ୟୁନାଲ୍ ଏବଂ ଆପିଲ୍ ଟ୍ରିବ୍ୟୁନାଲରେ ପ୍ରାୟ 250 ଟି ପଦବୀ ଖାଲି ଅଛି। ବେଞ୍ଚ କହିଛନ୍ତି ଯେ, ନିଯୁକ୍ତି ନ ଦେଇ କେନ୍ଦ୍ର ସରକାର ଟ୍ରିବ୍ୟୁନାଲକୁ ଦୁର୍ବଳ କରୁଛନ୍ତି। କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କୋର୍ଟ କହିଛନ୍ତି ଯେ, ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀ ଏବଂ ଏହା ସହ ଜଡିତ ନୂତନ ଆଇନ ସମ୍ପର୍କରେ ଶୁଣାଣି ସେପ୍ଟେମ୍ବର 13 କୁ ଘୁଞ୍ଚାଇ ଦେଇଛନ୍ତି। ବେଞ୍ଚ କହିଛନ୍ତି ଯେ ଆମେ ଆଶା କରୁଛୁ ସେତେବେଳକୁ ନିଯୁକ୍ତି ହୋଇ ଯାଇଥିବ।
ବେଞ୍ଚ କହିଛନ୍ତି, ” ଏଥିରୁ ସ୍ପଷ୍ଟ ହୋଇଛି ଯେ ଆପଣ କୋର୍ଟର ନିଷ୍ପତ୍ତିକୁ ସମ୍ମାନ ଦେବାକୁ ଚାହୁଁନାହାଁନ୍ତି । ବର୍ତ୍ତମାନ ସରକାରଙ୍କ ପାଖରେ ତିନୋଟି ବିକଳ୍ପ ରହିଛି । ସେ ଆଇନ ଉପରେ ରୋକ ଲଗାଇପାରନ୍ତି କିମ୍ବା ନ୍ୟାୟାଳୟକୁ ବନ୍ଦ କରିବା ପାଇଁ ଆଦେଶ ଦେଇପାରନ୍ତି ଓ ତାର ଶକ୍ତିକୁ ହାଇକୋର୍ଟଙ୍କୁ ପ୍ରଦାନ କରିପାରନ୍ତି କିମ୍ବା ସେ ନିଜେ ନିଯୁକ୍ତି କରିପାରନ୍ତି ।
ସୂଚନାଯୋଗ୍ୟ ଯେ, ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ, 2021 ର ବିଭିନ୍ନ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଜୟରାମ ରମେଶ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ସୂଚନା ଥାଉକି ସଂସଦର ମୌସୁମୀ ଅଧିବେଶନରେ ଏହି ଆଇନ ପାରିତ ହୋଇଥିଲା ଏବଂ ଅଗଷ୍ଟ 13 ରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ। ବେଞ୍ଚ କହିଛନ୍ତି ଯେ ଏହି ଟ୍ରିବ୍ୟୁନାଲରେ ପ୍ରିଜାଇଡିଂ ଅଫିସର କିମ୍ବା ଚେୟାରମ୍ୟାନ୍ ଙ୍କୁ ମିଶାଇ 19 ଟି ପଦବୀ ଖାଲି ଅଛି। ଏହା ବ୍ୟତୀତ ନ୍ୟାୟିକ ଏବଂ ବୈଷୟିକ ଅଧିକାରୀଙ୍କ 110 ରୁ 111 ପଦବୀ ମଧ୍ୟ ଖାଲି ପଡିଛି।