ଚେନ୍ନାଇ: ଶୁକ୍ରବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଙ୍କ ଗାଡି ଅଧା ରାସ୍ତାରେ ଅଟକିଛି ।ବାଇକ୍ରେ ପଡ଼ି ଆହତ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆହତଙ୍କୁ ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଜଣେ ବ୍ୟକ୍ତି ଡିଏମ୍ଏସ ମେଟ୍ରୋ ଷ୍ଟେସନ ନିକଟରେ ବାଇକ୍ରୁ ପଡ଼ି ଆହତ ହୋଇଯାଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କାର୍କେଡ ସହିତ ରାଜ୍ୟ ସଚିବାଳୟରୁ ଅରିଭଲୟମକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଆହତଙ୍କୁ ଦେଖି ତୁରନ୍ତ ଗାଡ଼ି ଅଟକାଇ ତାଙ୍କୁ ସହଯୋଗ କରିଥିଲେ।
ପୁଲିସ ଅଫିସର ଓ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ତୁରନ୍ତ ଆହତ ବ୍ୟକ୍ତିଙ୍କୁ ଅଟୋରେ ବସାଇ ନିକଟସ୍ଥ ଡାକ୍ତରଖାନା ପଠାଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଏସବୁ କରାଉଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଭାଇରାଲ୍ ହେଉଛି। ଷ୍ଟାଲିନ୍ଙ୍କୁ ମାନବିକାତକୁ ପ୍ରଶଂସା କରୁଛନ୍ତି ରାଜ୍ୟବାସୀ। ରାସ୍ତାରେ ଗାଡ଼ି ଅଟକାଇ ଲୋକକଙ୍କ କଥା ଶୁଣିବା ଏଇ ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଷ୍ଟାଲିନ୍ ରାସ୍ତାରେ ଗାଡ଼ି ଅଟକାଇ ଲୋକଙ୍କୁ କଥା ଶୁଣିଛନ୍ତି। ନିର୍ବାଚନ ପରେ ପରେ ଜଣେ ରାସ୍ତାରେ ମଝିରେ ଗାଡ଼ି ଅଟକାଇ ଜଣେ ମହିଳାଙ୍କ ଦୁଃଖ କଥା ଶୁଣିଥିଲେ ଷ୍ଟାଲିନ୍ ଯାହାର ଭିଡିଓ ଭାଇରାଲ୍ ହୋଇଥିଲା।
