ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପତ୍ନୀକୁ ହତ୍ୟା ଅଭିଯୋଗରେ ସ୍ଵାମୀକୁ ଆଜୀବନ କାରାଦଣ୍ଡ। କେନ୍ଦୁଝର ଜିଲ୍ଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଶୁକ୍ରବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ପତ୍ନୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ସୁମନ୍ତ ଯୁଆଙ୍ଗ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି।

ସୂଚନା ଅନୁସାରେ, ୨୦୧୮ ମସିହା ଏପ୍ରିଲ ୧୧ ତାରିଖରେ ସଦର ଥାନା ବାୟା ପଣ୍ଡାଦାର ଗ୍ରାମର ସୁମନ୍ତ ଯୁଆଙ୍ଗ ନିଜ ପତ୍ନୀଙ୍କୁ ଶାବଳରେ ପିଟି ହତ୍ୟା କରିଥିଲେ। ପୋଲିସ ଅଭିଯୁକ୍ତ ସୁମନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୁମନ୍ତଙ୍କ ବିରୋଧରେ ୧୩ ଜଣ ସାକ୍ଷୀ ଦେଇଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଜିଲ୍ଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ସୁମନ୍ତଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।