ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କଲା ତେଲୁଗୁ ଦେଶମ ପାର୍ଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନ ଦ୍ରୌପଦୀ ମୁର୍ମୁ ଙ୍କ ପାଇଁ ଧୀରେ ଧୀରେ ସହଜ ହୋଇଯାଉଛି। ଏନଡିଏ ବ୍ୟତୀତ ଅନ୍ୟ ଦଳ ମାନେ ମଧ୍ୟ ଦ୍ରୌପଦୀ ଙ୍କୁ ସମର୍ଥନ ଘୋଷଣା କରୁଛନ୍ତି। ଏହି କ୍ରମ ରେ ତେଲଗୁ ଦେଶମ ପାର୍ଟି ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଦ୍ରୌପଦୀଙ୍କୁ ନିଜ ଦଳ ର ସମର୍ଥନ ଘୋଷଣା କରିଛନ୍ତି। ଏକଦା ବିଜେପି ସହ ଥିବା ନାଇଡୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ହାତ ଛାଡିଥିଲେ। ଏବେ ଏନଡିଏ ଗଠବନ୍ଧନ ରେ ନଥିଲେ ମଧ୍ୟ ସେ ଦ୍ରୌପଦୀ ଙ୍କୁ ସମର୍ଥନ ଜଣାଇଛନ୍ତି।

ସେ କହିଛନ୍ତି ଆମେ ଦେଶ ର ସର୍ବୋଚ୍ଚ ପଦ ରେ ଜଣେ ଆଦିବାସୀ ମହିଳା ଙ୍କୁ ଦେଖିବାକୁ ଚାହୁଁଛୁ। ଚନ୍ଦ୍ରବାବୁ ଙ୍କ ଦଳର ବର୍ତ୍ତମାନ ସାଂସଦ ରେ ୩ଜଣ ସାଂସଦ ଥିବା ବେଳେ ବିଧାନସଭା ରେ ୨୩ ବିଧାୟକ ଅଛନ୍ତି। ତେବେ ତାଙ୍କ ଦଳ ର ସମସ୍ତ ଭୋଟ ଦ୍ରୌପଦୀଙ୍କୁ ଯିବ ବୋଲି ସେ ଘୋଷଣା କରିଛନ୍ତି।

Related Posts