ପୋଷ୍ଟର ବିବାଦ; କାଳୀ ଫିଲ୍ମ ନିର୍ଦ୍ଦେଶିକାଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଳୀ ଫିଲ୍ମକୁ ନେଇ ଉପୁଜିଥିବା ପୋଷ୍ଟର ବିବାଦକୁ ନେଇ ଚର୍ଚ୍ଚା ଥମିବାରେ ନା ନେଉନି । ଏହା ମଧ୍ୟରେ ଦିଲ୍ଲୀର ଏକ କୋର୍ଟ ଏହାରି ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି। ଦେବୀ କାଳିଙ୍କୁ ସିଗାରେଟ୍ ପିଉଥିବାର ଚିତ୍ରଣ କରିବା ଅଭିଯୋଗରେ କୋର୍ଟ ତାଙ୍କୁ ଏ ନୋଟିସ୍ କରିଛନ୍ତି।

ଏହା ପୂର୍ବରୁ ଲୀନାଙ୍କ ବିରୋଧରେ ଥାନାରେ ମାମଲା ହୋଇଛି। ସେପଟେ ଅଭିଯୋଗ ଅନୁସାରେ, ଫିଲ୍ମର ପୋଷ୍ଟର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ବେଳେ ନୈତିକତା ଭଦ୍ରତାର ବିରୋଧାଭାସ କରୁଛି। ଯାହାକୁ ଲୀନା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଟ୍ୱିଟ୍ କରିଛନ୍ତି। କୋର୍ଟ ଏହି ମାମଲାକୁ ଗ୍ରହଣ କରିଛନ୍ତି। ଏନେଇ ଅଗଷ୍ଟ ୬ ତାରିଖରେ ମାମଲାର ଶୁଣାଣି ହେବ।

Related Posts