
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଋଚିକାଙ୍କ ମାଆଙ୍କୁ ଧାରଣାସ୍ଥଳରୁ ଅଭିଯୁକ୍ତ ପରି ଘୋଷାଡ଼ି ଘୋଷାଡ଼ି ନେଇଗଲା ପୁଲିସ। ଯାହାକୁ ନେଇ ପୁଲିସ୍ ଉପରେ ବର୍ଷିଛନ୍ତି ରୁଚିକାଙ୍କ ମା। କହିଛନ୍ତି, ମୋତେ ନେଇଗଲେ, ହେଲେ ମୋ ଝିଅକୁ ନ୍ୟାୟ ମିଳିଲା ନାହିଁ। କୋହଭରା କଣ୍ଠରେ ଚିଲାଇ ଚିଲାଇ କହୁଛନ୍ତି ରୁଚିକାଙ୍କ ମା’। ଯେପରି ମା’ର ଦରଦଭରା ଚିତ୍କାର ପୁଲିସ କାନକୁ ଶୁଭୁନାହିଁ। ଅଶୋଭନୀୟ ଓ ଅମାନବୀୟ ଭାବେ ୨ରୁ ୩ ଜଣ ମହିଳା ପୁଲିସ ରୁଚିକାଙ୍କ ମା’ଙ୍କୁ ଟାଣି ନେଇଯାଇଥିଲେ। ସେପଟେ ପୁଲିସ ଘୋଷାଡି ଘୋଷାଡ଼ି ନେଲା ବେଳେ ରୁଚିକାଙ୍କ ମା’ କହିଛନ୍ତି, ମୋ ଝିଅକୁ ନ୍ୟାୟ ଦେଇପାରିଲେ ନାହିଁ।
ଚପାଇ ଦେଲେ ସରକାର। ହେଲେ ମୋତେ ରାସ୍ତାରାସ୍ତାରୁ ଉଠାଇ ଦେଉଛନ୍ତି। ମୋ ଦେହରେ ହାତ ଦେଲେ ମୁଁ ବହୁତ ଅନିଷ୍ଟ କରିଦେବି। ସେଥିପାଇଁ ଦାୟୀ ହେବେ ଆପଣ? ମୋ ଝିଅ ଆତ୍ମହତ୍ୟା ପଛରେ ବଡ଼ ବଡ଼ ଲୋକଙ୍କ ହାତ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ଅତିରିକ୍ତ ଡିସିପି କହିଛନ୍ତି, ଆମେ ଧାରଣା ଦେବାକୁ ମନା କରିନାହୁଁ। ଯେଉଁ ସ୍ଥାନରେ ଧାରଣା ଦେବା କଥା ସେଠାରେ ଦିଅନ୍ତୁ। ଯିଏ ଯେଉଁଠି ଚାହିଁବ ଧାରଣା ଦେଇପାରିବ ନାହିଁ। ଲୋୟର ପିଏମଜିକୁ ଧାରଣା ସ୍ଥଳ କରାଯାଇଛି।
ସେଠି ଯାଇ ଧାରଣା ଦେଇପାରିବେ। ଗତକାଲି ମନସ୍ତତ୍ୱବିତମାନେ ଆସି କିଛିପିଲାଙ୍କୁ ଜେରା କରିଛନ୍ତି। ଆଉ କିଛି ପିଲା ଅଛନ୍ତି, ସେମାନଙ୍କୁ ମଧ୍ୟ ଜେରା କରାଯିବ। ଭୁବନେଶ୍ୱର ଅତିରିକ୍ତ ଡିସିପି ଆହୁରି କହିଛନ୍ତି, କଲେଜ କର୍ତ୍ତୃପକ୍ଷ ଆମକୁ ଲିଖିତ ଅଭିଯୋଗ କରିଥିଲେ। ଏପରି କଲେଜ ଆଗରେ ଧାରଣା ଦେବା ଦ୍ୱାରା କଲେଜର ବାତାବରଣ ନଷ୍ଟ ହେଉଛି ବୋଲି ଜଣାଇଥିଲେ। ଏଥିପାଇଁ କିଛି ପଦକ୍ଷେପ ନିଆଯାଉ କଲେ କର୍ତ୍ତୃପକ୍ଷ ଲେଖି କି ଆମକୁ ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।