ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜଗଦୀପ ଧନକର ଏନ୍‌ଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ମାର୍ଗାରେଟ୍‌ ଆଲ୍‌ଭା। ତେବେ ଉପରାଷ୍ଟ୍ରପତି ନିର୍ବାଚନରୁ ଟିଏମ୍‌ସି ଦୂରେଇ ରହିବ। ଏନେଇ ଦଳ ପକ୍ଷରୁ ଗୁରୁବାର ନିଷ୍ପତ୍ତି ନିଆଯାଇଛି।ଦଳର ମୁଖ୍ୟ ମମତା ବାନାର୍ଜୀ ଗୁରୁବାର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଦଳର ସାଂସଦ ମାନଙ୍କୁ ନେଇ ବୈଠକ କରିଥିଲେ। ସେହି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନ ନେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମମତାଙ୍କ ସହ ପରାମର୍ଶ ନନେଇ ମିଳିତ ବିରୋଧୀ ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଯାହାକୁ ବିରୋଧ କରିଛି ଟିଏମ୍‌ସି । ତେଣୁ ଏହାର ବିରୋଧରେ ନିର୍ବାଚନରୁ ଦୂରେଇ ରହିବେ ବୋଲି ଟିଏମ୍‌ସି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।