କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତି ଭବନରେ ରାତ୍ରୀଭୋଜନର ଆୟୋଜନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସରିବାକୁ ଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି ଭବନ ଛାଡିବେ । ହେଲେ ଏହା ପୂର୍ବରୁ ସେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଏକ ରାତ୍ରୀଭୋଜନ ର ଆୟୋଜନ କରିଛନ୍ତି । ଏହାସହ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବି ଏହି ରାତ୍ରୀଭୋଜନରେ ଭାଗ ନେବେ ।ରାଷ୍ଟ୍ରପତି ଭବନରେ ଜୁଲାଇ ୨୪ରେ ସନ୍ଧ୍ୟା ୭ଟାରେ ଏହି ରାତ୍ରୀଭୋଜନ ଆୟୋଜନ କରାଯାଇଛି ।

ଅନ୍ୟପଟେ ନୂଆ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ବିଦାୟକାଳୀନ ଡିନର ପାର୍ଟି ରଖିଥିବା ସୂଚନା ମିଳିଛି । ଏହା ଗୁରୁବାର ସନ୍ଧ୍ୟା ସାଢେ ୫ଟା ପରେ ଦିଲ୍ଲୀର ଅଶୋକା ହୋଟେଲରେ ଆୟୋଜିତ ହୋଇଛି । ଏହି ଡିନରରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ଲୋକ ସଭା ସ୍ପିକରଙ୍କ ସମେତ ସମସ୍ତ ଲୋକ ସଭା, ରାଜ୍ୟ ସଭା ସଦସ୍ୟ ବି ଉପସ୍ଥିତ ରହିବେ ।ଏହି ବିଦାୟୀ ସମାରୋହରେ ଲୋକ ସଭା ସ୍ପିକର ବିଦାୟୀ ଭାଷଣ ଦେବେ ।

Related Posts