ଲାଲଗଡ଼ର ପ୍ରସୂତି ମହିଳା କରୁଣାଙ୍କ କରୁଣ କାହାଣୀ

ମାଲକାନଗିରି ଏବଂ ଛତିଶଗଡ଼ ସୀମାନ୍ତ ଅଂଚଳରେ ଥିବା ବିଜ୍ଜାପୁର ଜିଲ୍ଲା ଲଙ୍କାପାଲି ଗାଁରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଜଣେ ଅନ୍ତସତ୍ତ୍ୱା ମହିଳା ପ୍ରସବ ବେଦନା ପାଇବାରୁ ତାଙ୍କୁ ଉଚ୍ଛୁଳା ନଦୀର ପ୍ରଖର ସ୍ରୋତ ମଧ୍ୟରେ ପାର କରାଯାଇ ନିଆଯାଇଥିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ । ନଦୀର ଶ୍ରୋତ ଏତେ ପ୍ରଖର ଥିଲା ଯେ ଯଦି ସାମାନ୍ୟତମ ଭୁଲ୍ ହୋଇଯାଇଥାନ୍ତା ହୁଏତଃ ଦୁଇଟି ଜୀବନ ଚାଲିଯାଇଥାନ୍ତା । ବେକେ ପାଣିରେ ନଦୀର ଦୁଇ ମୁଣ୍ଡରେ ଗାଁ ଲୋକଙ୍କ ମାନେ ଦୌଡ ବାନ୍ଧୀ ଏବଂ ନଦୀ ଭିତରେ ଏକ ମାନବ ଶୃଙ୍ଖଳ ତିଆରି କରି ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରିଥିଲେ । । ଗୋଟିଏ ପଟେ ପ୍ରଶବ ବେଦନା ଏବଂ ଅନ୍ୟ ପଟେ ଭରା ନଦୀ ପାର ହେବାର କଷ୍ଟ ଗର୍ଭବତୀ ମହିଳାଙ୍କ ଦୁଃଖକୁ ଦ୍ୱଗୁଣିତ କରିଦେଇଥିଲା । ଏତେ ପରିଶ୍ରମ କରି ଗ୍ରାମବାସୀ ସାହାସର ସହିତ ନଦୀ ପାର କରିଥିଲେ ମଧ୍ୟ ବଂଚେଇ ପାରିନଥିଲେ କରୁଣାଙ୍କ ନବଜାତ ଶିଶୁକୁ, ଦୁନିଆର ଆଲୋକ ଦେଖିବା ଆଗରୁ ସବୁ ଦିନ ପାଇଁ ବୁଜି ଦେଇଥିଲା ଆଖି । ଲାଲଗଡ଼ରେ ଦେଖିବାକୁ ମିଳିଛି ଏ ବନ୍ୟା ସମୟର କରୁଣ କାହାଣୀ ।

Related Posts